STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ଚନ୍ଦନ ଚର୍ଚ୍ଚିତ କଳା କଳେବର

ଚନ୍ଦନ ଚର୍ଚ୍ଚିତ କଳା କଳେବର

1 min
112


ତୁମର ସେ ବେଶ ହେ ଜଗଦୀଶ

ଚନ୍ଦନ ଚର୍ଚ୍ଚିତ ରୂପ

ଦେଖିଥିବ ଯିଏ ସେଇ ରୂପ ଥରେ

ଅନ୍ତର ତଳେ ଜପ।

ଚନ୍ଦନ ଲାଗି ଅକ୍ଷିତୃତୀୟାରୁ ବେଶ

ମୁରାରୀଙ୍କର ଚାପ

ଅସହ୍ୟ ଗରମ ଜଳୁଛି ମରମ ନିଦାଘେ

କରନାହିଁ ପ୍ରଭୁ କୋପ।

କୋଉ ଜନମର ପୁଣ୍ୟ ଫଳେ ସେବକ

କରଇ ଚନ୍ଦନ ଲେପ

କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ

ସୁତଙ୍କ ନରେନ୍ଦ୍ର ଚାପ।

କି ସୁନ୍ଦର ଠାଣି ବାଙ୍କ ଚାହାଣୀରେ ମଣି

ସୁଶୋଭିତ କାନ୍ତି ରୂପ

ମନ୍ଦିର ଭିତରେ ରତ୍ନ ବେଦୀ ଉପରେ

ଅବଢ଼ା ପ୍ରସାଦ ଛାପ।

ଟଙ୍କ ତୋରାଣୀରେ ମନ ମାନେ ନାହିଁ ଆଉ

ଦରକାର ପ୍ରଲେପ

ମଦନ ମୋହନ ହୁଅନ୍ତି ସୁବେଶ ଚନ୍ଦନେ

କସ୍ତୁରୀ କର୍ପୁର ଶପ।

ଜଳକ୍ରୀଡା କରି ନରେନ୍ଦ୍ର ସ୍ନାନ ସାରି ହରି

ମଲ୍ଲୀ ମାଳ ହସ୍ତେ ସ୍ପର୍ଶ

ଦଗ୍ଧିଭୂତ ଧରଣୀ କୋଳରେ କଳା ସାଆନ୍ତ

ଚନ୍ଦନ ଚର୍ଚ୍ଚିତେ ମାପ

ଦେଖି କଳା ଠାକୁରଙ୍କ କଳା ବେଶ ଭକ୍ତ

କରେ ହରେ ମୁରାରୀ ତପ।


Rate this content
Log in

Similar oriya poem from Abstract