STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଚଳନ୍ତି ଇଶ୍ଵର

ଚଳନ୍ତି ଇଶ୍ଵର

1 min
233

 (ରାଗ_ଚୋଖୀ)

ବ୍ରହ୍ମା ବିଷ୍ଣୁ ମହେଶ୍ୱର ସୃଷ୍ଟି ପାଳନ ସଂହାର

 ଏ ତିନି ଦେବଙ୍କ ରୂପେ ଏକା ଡାକ୍ତର

ଯାହାର ପରଶ ପାଇ ରୋଗୀ ନିରୋଗ ହୁଅଇ

ରୁଗଣ ଦେହେ ସୁସ୍ଥ ବୀଜ ହୁଏ ଅଙ୍କୁର

 ଶୂନ୍ୟ ମନେ ପୂର୍ଣ୍ଣତା ଭରେ

ସେହି ଡାକ୍ତରଙ୍କୁ ସଦା ପ୍ରଣାମ କରେ।


ଶିଶୁ ହେଉ ଅବା ଯୁବା

ବୃଦ୍ଧ ତରୁଣ କି ବୃଦ୍ଧା

ନରନାରୀଙ୍କ ପାଇଁ କି

ସାକ୍ଷାତ ଦେବ

ନାହିଁ ମନେ ଅହଙ୍କାର

ସଭିଙ୍କୁ କରି ନିଜର

କରନ୍ତି ସେବା ଯତନ ନ ବହି ଖେଦ

ଆଜି ଏ ଡାକ୍ତର ଦିବସେ

ସେହି ଡାକ୍ତରଙ୍କ ଯଶ ଗାଇ ହରଷେ।


ହଇଜା କି ମ୍ୟାଲେରିଆ

ଡେଙ୍ଗୁ ଏଡ୍ସ ଡାଇରିଆ

ଯେତେ ଭୟଙ୍କର ହେଉ ରୋଗୀ ବା ରୋଗ

କରୋନା ତାଣ୍ଡବ ନୃତ୍ୟ

ତାକୁ କରି ପରାହତ

ଦ୍ଵିତୀୟ ଈଶ୍ୱର ଡାକ୍ତରଙ୍କର ଯତ୍ନ

 ଡାକ୍ତରଙ୍କ ପରଶ ପାଇ

ବିଶ୍ବରୁ ସମସ୍ତ ରୋଗ ଯାଉ ଦୂରେଇ।



Rate this content
Log in

Similar oriya poem from Inspirational