STORYMIRROR

Prashantam Bapu

Abstract Inspirational Others

3  

Prashantam Bapu

Abstract Inspirational Others

ଚଳନ୍ତା ଗଛ

ଚଳନ୍ତା ଗଛ

1 min
11.5K

ସେ ଗୋଟେ ଚଳନ୍ତା ଗଛ

ଏଇଟା ହିଁ ବ୍ୟତିକ୍ରମ

ସେ ଅନ୍ୟ ଗଛଠୁ ସମ୍ପୂର୍ଣ୍ଣ ଅଲଗା । 


ସେ ଚାଲି ପାରେ ସ୍ୱଇଚ୍ଛାରେ

ପାଇବାକୁ ଯାହା ସେ ଚାହେଁ

ମିଠା ଜଳ, ଖୋଲା ଆକାଶ

ଅବାଧ ସୂର୍ଯ୍ୟ କିରଣ । 


ତାତି ଖରାରୁ, ଝଡ଼ି ବର୍ଷାରୁ 

ସୁରକ୍ଷା ପାଇଁ

ସେ ଖୋଜି ନିଏ  

ନିରାପଦ ସ୍ଥାନ । 


ସକାଳେ ସନ୍ଧ୍ଯାରେ 

ସେ ବୁଲି ଦେଖେ

ବାକି ଗଛ ସଭିଙ୍କୁ

ତାଙ୍କ ଚାଲି ନ ପାରିବାର 

ଅଭିଶପ୍ତ ଜୀବନକୁ 

ଦୁଃଖ କରେ ଆଉ ଛାତି ଫୁଲାଏ

ନିଜ ଭାଗ୍ୟକୁ ନେଇ । 


ଯେତେ ଦୂର ଇଚ୍ଛା 

ସେ ଚାଲି ଯାଇପାରେ

ଘରକୁ ଫେରିବାର 

ବାଟ ଜାଣି ଥାଏ ବୋଲି । 


ଘରଟିଏ ଥାଏ ବୋଲି 

ଏଣେତେଣେ ଘୂରି ବୁଲିବାକୁ 

ଅର୍ଥଟିଏ ଦେଇହୁଏ 

ଛାତ ଖଣ୍ଡେ ନଥିଲେ 

କି ଫେରି ଆସିବାର ନଥିଲେ

ଘୂରି ବୁଲିବାଟା କ'ଣ 

ରୋମାଞ୍ଚକର ହୋଇଥାନ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract