STORYMIRROR

Ranjit Sahu

Abstract Drama Others

4  

Ranjit Sahu

Abstract Drama Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
330


କାହା ଲାଗି ସାଜେ ମିଳନର ପନ୍ଥା, 

କାହା ଲାଗି ହୁଏ ମନୋରଞ୍ଜନ,

କିଏ ସମୟର ଭାବେ ଅପବ୍ୟୟ,

ଅହେତୁ ଭାବର ପ୍ରତିଫଳନ !


ଆଈକୁ ଥଟ୍ଟାରେ ଚିଡ଼େଇବା ଲାଗି,

ଚଳଚ୍ଚିତ୍ରଟିଏ ଖୋଜିଲେ ସବୁ,

ପୁରୁଣା ଦିନର କଳା ଧଳା ଛବି,

ତୋର ସାଥେ ଆଜି ଆମେ ଦେଖିବୁ I 

ତୁମର ଯୁଗର ଅନ୍ଧାର ସଂସାର,

ଦୁନିଆଁ ଆମର ରଙ୍ଗ ବିରଙ୍ଗୀ,

ବଦଳି ଯାଇଛି ଯନ୍ତ୍ର ଶିଳ୍ପ ଆଜି,

ବଦଳି ଯାଇଛି ପ୍ରେମର ଭଙ୍ଗୀ I 


ଯଦି ପାରୁ ଖୋଜି ଦେଖା ମୋତେ

ଆଜି ଚଳଚ୍ଚିତ୍ରଟି ମୁଁ ପାରୁନି ଦେଖି I  

ଭକ୍ତି ଭରା ତାହା "ମୀରା" ନାମେ ଖ୍ୟାତ,

ଆଈ ଦେଲା ନାମ ତୁରିତେ ଲେଖି I

କାହାର ହୃଦୟ ହୋଇବ କୋଠର, 

ଭାଙ୍ଗିବ ଆଈର ସରଳ ମନ ?

ଖୋଜି ଆଣି ତେଣୁ ଇଣ୍ଟେର୍ନେଟରୁ,

କଂପୁଟରରେ ହେଲା ପ୍ରଦର୍ଶନ ! 

ଆଈର ଆଖିରେ ତକ୍ଷଣେ ସିନେମା,

ଆଙ୍କିଦେଲା ଛବି କୃଷ୍ଣ ଭକ୍ତିର,

ଦୁଇ ହାତ ଯୋଡ଼ି ପ୍ରଣାମ ସେ କଲା,

କହି, "କୃଷ୍ଣ ଏକା ପଥ ମୁକ୍ତିର,

ତୁମେ ସିନା କୁହ ମଣିଷ ଗଢ଼ିଛି, 

ଏହା ମଧ୍ୟ ଖେଳ ଦିବ୍ୟ ଶକ୍ତିର I 

କୃଷ୍ଣର ବିହୁନେ ଚାଲେନନି ସଂସାର,

କାଟ ନାହିଁ କାହିଁ ଏହି ଯୁକ୍ତିର !"


Rate this content
Log in

Similar oriya poem from Abstract