ଚଲାପଥ
ଚଲାପଥ

1 min

239
ଧରିଥାଅ ହାତ
ଚାଲୁଥିବା ବାଟ
ପଥଶ୍ରମ ଜଣାପଡିବନି
ତୁମ ହାତକୁ ମୁଁ
ଜାବୁଡି ଧରିଥିବି
ତୁମେ ବି ମୋ ହାତ ଜମା ଛାଡିବନି ।
ଜୀବନର ଯେତେ
ବିପଦେ ଆପଦେ
ତୁମ ସାଥେ ସଦାଥିବି
ଝଡ଼ଝଞ୍ଜା ଆସି
ଆଗେ ଦେଖାହେଲେ
ଢାଳ ହେଇ ମୁଁ ରହିବି ।
ଜୀବନର ବାଟ
କେତେ ଅଙ୍କାବଙ୍କା
କେତେ ସୁଖ କେତେ ଦୁଃଖ
ଚାଲୁଥିଲେ ଆମେ
ସାଥେ ସାଥି ହୋଇ
ଜଣାପଡିବନି ଦୁଃଖ ଶୋକ ।