ଚକ୍ରବ୍ୟୂହ
ଚକ୍ରବ୍ୟୂହ
ମୁଁ ଯେତେବେଳେ
ଅଧୁରା ସ୍ୱପ୍ନ ଭଳି ଭୁଲିଯାଏ
ପ୍ରତିଟି ଯନ୍ତ୍ରଣାର ଭାଷାକୁ
କିନ୍ତୁ ହେଲେବି ତ ଏ ଜୀବନଟା ଏକ ଅଗ୍ନିପରୀକ୍ଷା
ଦେବାକୁ ପଡେ
କେବେ ଅପହୃତା ସୀତାଙ୍କ ଭଳି
କେବେ ଲାଞ୍ଚିତା ଦ୍ରୌପଦୀ ଭଳି
ତ କେବେ ପ୍ରଳୟର ତାଣ୍ଡବ ରଚିବାକୁ ପଡେ
ଶକ୍ତି ସ୍ୱରୂପିଣୀ ଦୁର୍ଗାଙ୍କ ଭଳି
କିନ୍ତୁ ଏବେ ପ୍ରଶ୍ନ ଉଠେ
ଏ ଜୀବନଟା ବୋଧେ
ଏମିତି ଏକ ଅଗ୍ନି ପରୀକ୍ଷା
ଯେଉଁଠି ଅଭିମନ୍ୟୁ ଭଳି ଅଧର୍ମ
ଯୁଦ୍ଧରେ ବୁଝିହୁଏନି
ଚକ୍ରବ୍ୟୂହ
