ଚକ୍ରବ୍ୟୁହ
ଚକ୍ରବ୍ୟୁହ
ଭାବବିହ୍ବଳ ମନ ପ୍ରାଣ
ନିଦ୍ରାହୀନ ରଜନୀରେ କବିପ୍ରାଣ ବିଲୀନ
ସତେ କିବା କିଛି ଭ୍ରାନ୍ତି
ଅଚିରେ ବାସ୍ତବ ରୂପ ଧାରଣ ନିମିତ୍ତ ଅତ୍ୟନ୍ତ ଉଚ୍ଛନ୍ନ
ଲେଖନୀ ଚଳଚଞ୍ଚଳ ଭାବ ପ୍ରକାଶର ସୃଜନୀ ନିମନ୍ତେ
କିନ୍ତୁ ବ୍ୟର୍ଥ ଚେଷ୍ଟା....ଅଦ୍ଭୁତ ଏ ପରିସ୍ଥିତି ଅନୁଧ୍ୟାନ
କାରଣ, ଗଭୀର ଚେତନାର ମାୟାଜାଲରେ
ଅନ୍ତରଙ୍ଗ ଶବ୍ଦ ସମୁହ ହୋଇ ଦିଶାହୀନ
ଚିରକାଳ ଚକ୍ରବ୍ୟୁହର ଚକ୍ରାନ୍ତ ମଧ୍ୟେ କରନ୍ତି ଅବସ୍ଥାନ
