STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ଚକୋଲେଟ୍ ପ୍ରୀତି

ଚକୋଲେଟ୍ ପ୍ରୀତି

1 min
142

ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ମଧୁରତାରୁ ମଧୁରିମ ସେ ମଧୁମକ୍ଷୀର ମଧୁ ସମ

ମଧୁରତାର ମହକଭରା ମାଧୁର୍ଯ୍ୟର ମୋହତାଜ

ମହ ମହ ବାସ୍ନାରେ ବାସ୍ନାୟିତ ସେହି ମୁଖବାସ

ମୁଖ ଚୁମ୍ବନେ ସ୍ବତଃଭାସେ ମନ୍ଦ ମନ୍ଦ ମୃଦୁହାସ।


ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ନାବାଳକ ଠାରୁ ସାବାଳକ ଯାଏ ପ୍ରୀୟ ସଭିଙ୍କର

ସ୍ବର୍ଗରେ ଅମୃତ ସମାନ କରନ୍ତି ଦେବତା ଆଦର

ପାତାଳେ ତାକୁ ପାଇବା ପାଇଁ ଲଢନ୍ତି ନାଗରାଜ

ମର୍ତ୍ତମଣ୍ଡଳେ ତା ବିନା ଅସମ୍ଭବ ଜୀବନ ଯାପନ।


ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ନିର୍ଜିବତାରେ ସଂଜୀବିତ ଜୀବନ ପ୍ରବାହ

ସମାହିତ ଦ୍ବନ୍ଦର ସକାରାତ୍ମକ ସମାଧାନ

ଅବଦମିତ ଇଚ୍ଛାର ଉଦବେଳିତ ଉଛ୍ଛାସ

ଅତୃପ୍ତ ଆକାଂକ୍ଷାର ପରିତୃପ୍ତ ସନ୍ଦେଶ।


ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ରଙ୍ଗ ବେରଙ୍ଗର ନାନା ସ୍ବାଦରେ ସେ ପରିପୂର୍ଣ୍ଣ

ଚୁଷ୍ଯ, ଲେହ୍ଯ, ଚର୍ବ୍ଯ ଅନେକତା ମଧ୍ଯେ ଏକତା

ତା ପରଶେ ମଧୁ ଯାମିନୀରେ ମାଦକତା ଆସେ

ଜନମ ଦିନ ଉତ୍ସବ ମୁଖରିତ ସେ ଅମୃତ ଧାରେ।


ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ଦନ୍ତ ମଞନ ନୁହଁଇ ସେ କିନ୍ତୁ ଅଟେ ଦନ୍ତ ଶୋଧକ

ଦୁଇ ଦନ୍ତ ମଧ୍ୟେ ଚିବୁକ ପରଶେ ପାଉଥାଏ ଚୁମ୍ବନ

ଅତି ମାତ୍ରାରେ ଚୋସିଲେ ହୋଇଥାଏ କ୍ଷତିକାରକ

ଦୁର୍ଘଟଣା ଘଟିଯିବ ଯଦି ନହେବ ବେଳୁଁ ସାବଧାନ।


ଆହା ମୋ ମନୋମୋହିନୀ ଚକୋଲେଟ୍ ରାଣୀ

ଜନ୍ମ ଦିନ ହେଉ ଅବା ବିବାହ ବାର୍ଷିକ ସବୁଠି ଆଦର

ଯିଏ ଯେଉଁ ରୂପେ ଖୋଜୁଥାଏ ସେ ରୂପେ ହେଉ ତାର

ପାଶ୍ଚାତ୍ଯ ଦେଶେ ରତି କ୍ରୀଡା କରନ୍ତି ତୋ ରସେ ମୋହି

ତୋତେ ଦେହେ ଲଗାଇ ଗ୍ରାମଶୂକରୀ ହୋଇଯାଏ ଗାଈ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance