STORYMIRROR

Debadatta Pradhan

Tragedy

3  

Debadatta Pradhan

Tragedy

ଚକେ ଗଲେ ଵାରହାତ

ଚକେ ଗଲେ ଵାରହାତ

1 min
129


ସମୟର ଚକ ଗଡିଗଡି ଯାଏ

           ବୟସର ରାଜପଥେ

ପ୍ରଣୟର ସ୍ପୃହା ଛାଡିଛାଡି ଯାଏ

           ପ୍ରିୟଜନ ଚଲାପଥେ।


ସୂର୍ଯୋଦୟ ଆସେ ସୂର୍ଯାସ୍ତ ଘେନିଣ

           ଏହି ନିୟତି ଯାଉଁଳି

ଜଣ ପରେ ଜଣେ ଯାଏ ଆସେ ପଣେ

          ଦେଖ ବିଚିତ୍ର ବର୍ଣ୍ଣାଳୀ।


ଦୂରେ ବହୁଦୂରେ ପାନ୍ଥଶାଳା ପୁରେ

         ସନ୍ଥ ବୋଲେ ଆହାଆହା

କ୍ଷଣିକ ବିଶ୍ରାମ ତକ୍ଷକ ଦଂଶନ

         ଲୈାକିକ ନୁହେଁ କି,ତାହା?


ବିଷୟୀ ତକ୍ଷକ ବଡ ଭୟାନକ

          ନିୟମାକ ପ୍ରତିଶତ

ମୋହର ଆବେଗ ମୋହର ସରାଗ

           ତୋହ ପଣ ପ୍ରତିହତ।


ଦ୍ରୋହ ମଦୁଗର ଲୈାହ ମାନବର

            ବୃହନ୍ନଳା ବୃନ୍ତ ପରି

ପରିଚୟ ଛାୟା ଛାୟାକୃତ ମାୟା

             ଛଦ୍ରୀମ ତମସା ଘେରି।


ଦେହ ବହି କେତେ ଲଙ୍ଘୁ ମରୁପଥେ

             ସୁଙ୍ଘୁଥାଉ ଦୁର୍ଗନ୍ଧକୁ

ଯୋନୀ ଯାତନାର ତୋଫାନ ନେପଥ୍ୟେ

             ଜାନୁ ଜଙ୍ଘ ଚାଖିବାକୁ।


ମାତୃଗର୍ଭେ ପଡି ଥିଲୁ ହାତ ଯୋଡି

              ରଡି ଛାଡୁ ରକ୍ଷାକର

ତଳେ ପଡୁପଡୁ ଭୁଲିଗଲୁ କାଢି

               ଭିଡିଲୁ ଲାଳ ଖାଙ୍କର।


ମରଦ ପଣିଆ ହେଲା କି,କୁଣିଆ

             ପାଣିଚିଆ ନର ଦେହ

ମିଛ ବେଉସାରେ ତୁଛ ପିପାସାରେ

              କାଣିଚାଏ ଅଛି କହ?


ମାନବର ଭାବ ଦାନବ ହୋଇଲେ

               ମାଧବକି ଦେଖାହେବେ?

ଏଇତ ଜୀବନ ଚକେ ଗଲେ ଜାଣ

               ଜାଣରେ ପଡି କାନ୍ଦିବେ।


ବାରମାତ୍ରା ବହି ନ ଚିହ୍ନିଲୁ ତୁହି

            ବାରହାତେ ଡେଉଁ ତୁଛା

ସକଳ ଦରବ ଆତ୍ମାରେ ସମର୍ପି

              ଚାଲୁଥାରେ ମନଇଛା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy