STORYMIRROR

Chittaranjan Lenka

Tragedy

3  

Chittaranjan Lenka

Tragedy

ଅନ୍ତର କଥା

ଅନ୍ତର କଥା

1 min
28K


ଗଛରୁ ଝଡିଲେ       ଶୁଖିଲା ପତର

ଗଛ ମୂଳେ ଦେଉ ଜାଳି

କେହି କି ବୁଝିଲା      ଅଗ୍ନିର ପ୍ରକୋପେ

ଗଛ କଷ୍ଟ ପାଏ ବୋଲି?


ଗଛର ଫଳକୁ         ତୋଳିବାର ପାଇଁ

ଟେକା ଫିଙ୍ଗି ଦେଇଥାଉ

ଗଛ ଦେହେ ଟେକା   ବାଜିଲେ କି କଷ୍ଟ

ଥାଏ କି ମନରେ ଆଉ?


ଗଛର ଡାଳକୁ       ବେଣ୍ଟଟିଏ କରି

କୁରାଢିରେ ଦେଉ ହାଣି

ବୁଝ କି ନ ବୁଝ       ଏହା ହିଁ ଗଛର

ନିଷ୍ଠୁର ସତ୍ୟ କାହାଣୀ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Tragedy