STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚକାନୟନରେ ଦେଖୁଛୁ ପରା

ଚକାନୟନରେ ଦେଖୁଛୁ ପରା

1 min
333

ଯୁଦ୍ଧର ତାଣ୍ଡବ ଦେଖୁଛୁ ନୟନେ

  ଦେଖୁ ଅଛୁ ପ୍ରଭୁ ସବୁ,

ପ୍ରତିକାର ପାଇଁ କରୁ ନାହଁ କିଛି

  ହେବହିଁ ବିନାଶ ସବୁ।


ସ୍ବାର୍ଥପର ପରା ବିଶ୍ବ ସାଜି ଅଛି

  ଜଡ଼ିତ ସ୍ବାର୍ଥରେ ରାଷ୍ଟ୍ର,

ମନୁଷ୍ୟଙ୍କ ମୂଲ୍ୟ ନାହିଁ ହିଁ ଏଠାରେ

  ଯୁଦ୍ଧ କରୁଛନ୍ତି ରାଷ୍ଟ୍ର।


ଯୁଦ୍ଧ ସମାଧନ କିପରି ହୋଇବ

  ଧ୍ୟାନ ନାହିଁ ରାଷ୍ଟ୍ରଙ୍କର,

କ୍ଷତି ହେଉ ଅଛି ସମ୍ପତ୍ତି ଅପାର

  ମୃତ୍ୟୁ ହୁଏ ଜନତାର।


କିପରି ଟି ମାୟା ପ୍ରଭୁ ଜଗନ୍ନାଥ

  ଦେଖୁ ଅଛୁ ସବୁ କିଛି,

ନିଜ ରାଷ୍ଟ୍ର ଲାଭେ ରାଷ୍ଟ୍ର ରହିଛନ୍ତି

  କାହିଁ ସମାଧାନେ କିଛି।


ହେବ କିପରିଟି ଯୁଦ୍ଧ ସମାପନ

  ନାହିଁ ତହିଁ କାର ଚିନ୍ତା,

ଅହଂକାରେ ରହି କାର୍ଯ୍ୟ କରୁଛନ୍ତି

  ଯୁଦ୍ଧ ପାଇଁ ନାହିଁ ଚିନ୍ତା।


ଶାନ୍ତିର ସନ୍ଦେଶ ଦେଉଛି ଭାରତ

  ନୁହେଁ ଟି ସେ କାର ପକ୍ଷେ,

ବିଶ୍ବଶାନ୍ତି ପାଇଁ କରୁଛି ମନ୍ତ୍ରଣା

  ଦୁଇ ଏହୁ ରାଷ୍ଟ୍ର ପକ୍ଷେ।


ଅନ୍ୟ ରାଷ୍ଟ୍ରଙ୍କର ଏକ ପକ୍ଷ ପାଇଁ

  ଅନ୍ୟ ପକ୍ଷେ ପ୍ରତିବନ୍ଧ,

ଶେଷ ହେବ ଯୁଦ୍ଧ କିପରିଟି କୁହ

  କିମ୍ପା କରେ ପ୍ରତିବନ୍ଧ?


ମଧ୍ୟସ୍ଥା କରିଣ ଦୁଇ ପକ୍ଷ ପାଇଁ

  ମଧ୍ୟସ୍ଥା ହିଁ ଦରକାର,

ବାର୍ତ୍ତାଲାପେ ହେବ ସମାଧନ ସବୁ

  କର୍ତ୍ତବ୍ୟ ହିଁ ଦରକାର।


ଯୁଦ୍ଧର ସମାପ୍ତି ବାର୍ତ୍ତାଲାପେ ହେବ

  ନୀତି ପ୍ରତିବନ୍ଧେ ବିନାଶ,

ସଦବୁଦ୍ଧି ଦିଅ ପ୍ରଭୁ କୃପାସିନ୍ଧୁ

  ସବୁ ହେଉ ଶୁଭାଶିଷ।


ୟୁକ୍ରେନ ରୁଷିଆ ଯୁଦ୍ଧ ଟଳି ଯାଉ

 ବିଶ୍ବ ଶାନ୍ତି କର ପ୍ରଭୁ,

ଚକାନୟନରେ ଦେଖୁ ଅଛୁ ସବୁ

 କର ନିବାରଣ ପ୍ରଭୁ।


ଏ ବ୍ରହ୍ମାଣ୍ଡ ତୋର ବିନାଶ ନ ହେଉ

  ସର୍ବଦା ରହୁହେ ଶାନ୍ତି,

ଭୟଙ୍କର ଅସ୍ତ୍ର ନିର୍ମିତ ହୋଇଛି

  ନରହୁ ଯୁଦ୍ଧର ଭ୍ରାନ୍ତି।


ପ୍ରଭୁ ନିରାକାର ବ୍ରହ୍ମାଣ୍ଡ ଠାକୁର

 ଦେଖୁ ପୁରୀ ଦେଉଳରୁ 

କିପରି ତାଣ୍ଡବ ଚାଲିଛି ଯୁଦ୍ଧରେ

 ଦେଖୁଛୁ ଦିବ୍ୟଚକ୍ଷୁରୁ।


ଦୂର କର ନାଥ ସେହୁ ଭୟାବହ

 ବିଶ୍ବ ଯୁଦ୍ଧ କର ଦୂର,

ବିଶ୍ବ ଯୁଦ୍ଧ ସ୍ଥିତି ନ ଘଟୁ ବିଶ୍ବରେ

 ଦୂର ଜଗନ୍ନାଥ କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract