STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚକାନୟନ ଦେଖୁଛି ସବୁ !

ଚକାନୟନ ଦେଖୁଛି ସବୁ !

1 min
15


କାହିଁ ପାଇଁ ଭାବୁ      ଶତ୍ରୁ ତୁ ଅନ୍ୟକୁ

       ଭାବୁ ତୁ କୁଟୁମ୍ବେ ପର

ଗାତରେ ପଡ଼ିବୁ      କଟୁ ସତ୍ୟ ଅଟେ

      ଗର୍ବ ଯେ ହୋଇବ ଚୂର !!


ହିଂସା ଓ କପଟ      ପୁରିଛି ଶରୀର

     ନୂହେ ମନୁଷ୍ୟ ସଂସ୍କାର 

ଆତ୍ମ ବଡିମାର       ପଥକୁ ଧରିଛୁ

       କରୁ ସବୁ ଛାରଖାର !! 


ଦେଖାଣିଆ ନେଉ   ପରାମର୍ଶ ଅନ୍ୟେ

      ନାହିଁରେ ଭରସା ଜଣେ

ସତ୍ୟ କହିଦେଲେ    ଶତ୍ରୁ ମଣୁ ତାକୁ

     କେତେ ଗର୍ବ ହୃଦ କଣେ !!


ପରାମର୍ଶ ଦେଲେ    ଭାଇ ଓ କୁଟୁମ୍ବ

     ହୀନ ମଣ ଅନ୍ତ ଜ୍ଞାନେ,

ମୁଖେ ଭଲ ମନ୍ଦ    ପଛେ ବଦନାମ

     ରଖି ଥାଉ ତୋର ମନେ !!


ଜୀବନ ନୁହେଁ ଟି     ଚିରଦିନ ପାଇଁ

     ଟଙ୍କା ସୁନା ମୂଲ୍ୟ କାହିଁ

କରୁ ତିରସ୍କାର      ନକରୁ ବିଶ୍ବାସ

     ଜଗା ଛନ୍ତି ତହିଁ ଚାହିଁ !!


ଆଜି ଯେ ଭିକାରୀ  କାଲିରେ ସମ୍ପନ୍ନ

     ସଂସ୍କୃତି ସଂସ୍କାର ବଡ଼

ସ୍ମୃତି ରହି ଯାଏ     ଚିରଦିନ ପାଇଁ

     ସମ୍ବନ୍ଧ ରହିଲେ ଗାଢ଼ !!


ଦିବ୍ୟ ରୂପ ଦେଖି  ନନ୍ଦିଘୋଷ ରଥେ

     ଜୀବନ ସାର୍ଥକ କର

କର ପ୍ରଣିପାତ    ଚରଣେ ତାଙ୍କରି 

     ତାଙ୍କରି ଭକ୍ତିକୁ ଧର !!




இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract