STORYMIRROR

Dipti lekha Mishra

Abstract Others

3  

Dipti lekha Mishra

Abstract Others

ଚକାନୟନ-୮

ଚକାନୟନ-୮

1 min
249

ହେ ଚକାନୟନ ମୋ ମନ ଠାକୁର

ଚୀନାକୁ ସିନା ଦେଲ ହେ ଶିକ୍ଷା

କି ଭୂଲ ଅଛି ମୋ ଭାରତ ଦେଶର

ମାଗିବେ କି ଆର ଦେଶେ ଭିକ୍ଷା ?


ଦୋଷ ଅଛି ଯଦି ଅନେକ ହେ ପ୍ରଭୂ

କରଯୋଡି ମାଗୂଅଛୁ କ୍ଷମା

ତୁମ ଧ୍ୟାନ ନୀତି ପାଳନ କରିବୁ

ଭୂଲ କରିବୁନୂ ଆଉ ଜମା ॥


ଓଡିଶା ରାଇଜ ତୁମ ଜନ୍ମମାଟି

ହେ ନାଥ ତୁମେ ରକ୍ଷା କର

ଭାସିଯିବ କି ଏ ବଡଦାଣ୍ତ ତୁମ

ବାରେ ସ୍ବପ୍ନ ଥରେ କର ॥


ହେ ବିଶ୍ବଭୂଷଣ ହେ ଚକାନୟନ

ଉଦ୍ଧାର କର ବିଶ୍ବକୁ

ଜୀବହତ୍ୟା ଶେଷ ହେବ ଯେ ଏଥର

ଶିକ୍ଷା ଦେଇଛ ସଭିଙ୍କୁ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract