STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଚକାନୟନ-୩

ଚକାନୟନ-୩

1 min
3.3K

ଆହେ ଚକାଆଖିଆ ମହାପ୍ରଭୁ

କାହିଁ ଦିଅ ଏତେ ହେ କଷଣ

ନା ମୁଁ ସହିପାରୁଛି ନା କହିପାରୁଛି

ଖାଲି ବଡଦାଣ୍ଡେ ହୁଏ ହିନୀମାନ


ତୁମେ ପ୍ରଭୂ ଭାରୀ ଦୟାଳୁ ବୋଲି

କହନ୍ତି ସବୁ ଭକତମାନେ

ମୁଁ କିନ୍ତୁ ତାହା ମାନିପାରିବିନି

ଯାହା ମନ୍ଦ ପାଂଚ ତୁମ ମନେ


ତୁମେ ଟି ଜଗତ କରତା ହେ ପ୍ରଭୂ

ଆହେ ବିଶ୍ବ ନିୟନ୍ତା

ସଭିଙ୍କ ଦୁଃଖ ଦୂର କଲେ ସତେ

ଭାରୀ ଭଲ ହୁଅନ୍ତା


ତୁମେ ପ୍ରଭୂ ସବୁ ଦେଖୁଛ ଶୁଣୁଛ

ତଥାପି ମୂହଁ ମୋଡି ବସିଛ

ତୁମ ଛଡା ଆହେ କିଏ ଅଛି ଜଗତେ

ଏତେ ଅଭିମାନ କିଆଁ କରୂଛ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract