STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଚକାନୟନ-1

ଚକାନୟନ-1

1 min
127

ଚକାନୟନ..୧

ସକାଳରୁ ସଞ୍ଜ ମନ୍ଦିରକୁ

ଯାଉଛନ୍ତି କେତେ ଗଣ

ମାଗୁଛନ୍ତି ପ୍ରଭୂ ଲାଞ୍ଚ ଦେଇ

ଦିଅ ମୋତେ ଧନଜନ

ହେଲେ ମୁଁ ତ ମାଗୁନି

ଯାହା ମୁଁ ମାଗୁଛି ତାହା

କାହିଁକି ଦେଉନ

ହେ ପ୍ରଭୂ ଚକାନୟନ

ହେଉଛ କିଆଁ ମଉନ

କିଏ ମାଗେ ତୁମକୁ ବରଦାନେ

ବର କି କନିଆ

କିଏ ମାଗେ କୋଠାବାଡି

ଆଉ ଗୋଳାବାରୁଦ

ମାଗେ ପୁଣି ଘୋଡା ଗାଡି

ହେଲେ ମୁଁ ତ ମାଗୁନି

କାହିଁକି ଦେଉନ ପ୍ରଭୂ

ମୋତେ ବରଦାନ

ଦିଅ ବାରେ ତୁମ ଦରଶନ

ହେ ପ୍ରଭୂ ଚକାନୟନ

ଦିଅ ମୋତେ ବରଦାନ

ନଶୁଣୂ ନିନ୍ଦା ତୁମର

ମୋର ଏଇ ଦୁଇ କାନ

ମାଗୁନି ମୁଁ ପ୍ରଭୂ ଧନଜନ

କି କେବେ କୋଠାବାଡି

ଅଲଗା କିଛି ଦିଅ ବୋଲି

କରି ବସିଛି ଅଡି

ତୁମ ପୂଜା ନାମେ ଦ୍ରବ୍ୟହାନି

ନ ଦେଖୂ ଏ ବେନି ନୟନ

ହେ ପ୍ରଭୂ ଚକାନୟନ

ନ ରୁହ ତୁମେ ଆଉ ମଉନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract