STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ଚକା ପରବ

ଚକା ପରବ

1 min
166

କି ସୁନ୍ଦର ମୋର ଜଗତ ଠାକୁର

ନିଆରା ତୁମ ପରବ ।

ସନ୍ତାନ ତୁମର ହୋଇ ମୁଁ ଈଶ୍ୱର

ଲାଗୁଛି ଭାରି ଗରବ ।।୧


ଦିନ ଦୁଃଖୀ ବନ୍ଧୁ ଆହେ ଦିନ ବନ୍ଧୁ

ତୁମେ ପରା ଜଗତର ।

ସଭିଙ୍କୁ ଦର୍ଶନ ଦେବାପାଇଁ ଜନ

ନଅ ଦିନ ଛାଡ ଘର ।।୨


କିଏ କହେ ତମେ ଯାଅ ମା ଧାମେ

ଦର୍ଶନ ପାଇଁ ତାଙ୍କର ।

ମୁହିଁ ତୋ ଦେଖୁଛି ବର୍ଷ ବର୍ଷ କିଛି

ଲୀଳା ବିଚିତ୍ର ତୁମର ।।୩


ଜାତି ବର୍ଣ୍ଣ ଧର୍ମ ଭାଷା ନର କର୍ମ

ନିର୍ବିଶେଷେ ଦିଅ ଦେଖା ।

ମାନବୀୟ ଲୀଳା କର ଚକାଡୋଳା

ଉଦ୍ଧାର ହୋଇଣ ସଖା ।।୪


ହିନ୍ଦୁ ବୁଦ୍ଧ ଶିଖ ଜୈନ ଧର୍ମ ଖ୍ରୀଷ୍ଟ

ସୂତ୍ରେ କର ଆଲିଙ୍ଗନ ।

ସଭିଙ୍କର ଦୁଃଖ ଶୁଣ ସର୍ବ ସୁଖ

ପିତା ସାଜି ସର୍ବ ଜନ ।।୫


ଭାଇ ଯେ ଭଉଣୀ ସାଙ୍ଗ ଜନ ଗୁଣୀ

ସାଥିରେ ନିଅ ସଭିଙ୍କୁ ।

କୁଟୁମ୍ବ ଏକତା ବିଶ୍ଵ ପ୍ରେମ ବାର୍ତ୍ତା

ଦିଅ ଯେ ମହୀ ବାସୀଙ୍କୁ ।।୬


ନିଆରା ଯେ ଧାମ ପରବ ଉତ୍ତମ

ଅଛି ସ୍ଥାନ ସ୍ଵତନ୍ତ୍ର ରେ ।

ବିଶ୍ୱବାସୀ ଠାରେ ପରିଚିତ ଘରେ

ଶ୍ରୀ ଜଗନ୍ନାଥ ନାମରେ ।।୭


Rate this content
Log in

Similar oriya poem from Abstract