STORYMIRROR

DR SAMIR RANJAN BEHERA

Inspirational

4  

DR SAMIR RANJAN BEHERA

Inspirational

ଚକା କ୍ୟାମେରା

ଚକା କ୍ୟାମେରା

1 min
366


ଅମାନିଆ ମଣିଷ

ଆଖିରେ ଅନ୍ଧ ପୁଟୁଳି

ଧର୍ମ ଅଧର୍ମକୁ

ନ୍ୟାୟ ଅନ୍ୟାୟକୁ

ପାପ ପୁଣ୍ୟକୁ

ସବୁ ଜାଣି ବୁଝି ବି

ଅଭିନୟ କରିଚାଲିଛି

ଆଖି ନିବୁଜି କାମ ଅକାମ କରୁଛି

ଆଉ କାଳିଆ ଆଖିରେ ଧୂଳି ଦେଉଛି ll

ହାତ ନାହିଁ ଗୋଡ ନାହିଁ

ମାଦଳ ପରି ବସିଛି

କାନ ନ ଥାଇ ବି ସବୁ ଶୁଣୁଛି

ରାଡ଼ାର ପରି ବିଶ୍ୱ ବ୍ରହ୍ମାଣ୍ଡରେ

ଖବର ରଖୁଛି

ଗୋଲ ଗୋଲ ଚକା ଚକା ଆଖି ତାର

ସି ସି କ୍ୟାମେରା ପରି

ସବୁ ଦେଖୁଛି

ଧର୍ମ ଅଧର୍ମର ବିଚାର ଚାଲିଛି ll

ତଥାପି ଏ ମଣିଷ ଭାଇ

ସୁଧୁରିବାର ନା ନ ଧରଇ

ଗର୍ବ ଅହଂକାର ସୀମା ଟପୁଛି

ଧରାକୁ ସିଏ ସରା ମଣୁଛି

ଜୀବନ ଯମୁନାରେ ଜୁଆର ଆସେ

                       ଭଟ୍ଟା ବି ଆସେ

       ସମୟ ସୁଅରେ ସବୁ ଭାସେ

ଚକାକ୍ୟାମେରା ସବୁଦେଖୁଛି

ସବୁ ଦିନେ ଧରା ପଡିବ

ଏ କଥା ମନେ ନ ଭୁଲିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational