STORYMIRROR

Bhagaban Otta

Classics Others

3  

Bhagaban Otta

Classics Others

ଚକା ଚକା ଆଖି ତୋର ଜଗା

ଚକା ଚକା ଆଖି ତୋର ଜଗା

1 min
242

ଚକା ଚକା ଆଖି ତୋର

ଜଗା କାଳିଆ,

ଭକ୍ତ ମନ ନେଉ କିଣି

ନୀଳାଚଳିଆ l


ତୁମେ ନେତ ଉଡାଇଛ

ନୀଳକନ୍ଦରେ,

ଠିଆ ହୋଇ ଦେଖୁଥିବୁ

ବଡ଼ ଦାଣ୍ଡରେ l


ତୁମେ ବିଜେ କଲ ଯାଇ

ଗମ୍ଭୀର ଘରେ,

ଆମକୁ ରଖିଲ ନେଇ

କୁଡ଼ିଆ ଘରେ l


ଆମକୁ ଭଲ ଆମର କୁଡ଼ିଆ

ଦେଉଳ ଘରେ ତୁ ରୁହ କାଳିଆ l


ତୁମେ ଯେଉଁଠି ରହିଲ

ପୁରୀ ଶ୍ରୀକ୍ଷେତ୍ର,

ଆମେ ଯେଉଁଠି ରହିଲୁ

ପାପର କ୍ଷେତ୍ର l


ସେ ପାପକୁ ଛଡାଇବୁ

କେଉଁଠି ଯାଇ,

ଶ୍ରୀକ୍ଷେତ୍ର ଧାମ ଖୋଲିଛ

କଳା ଗୋସାଇଁ l


ବେତକୁ ଧରି ବସିଛି କାଳିଆ

ପାପକୁ ଛଡ଼ାଇବ ସେ ଛଳିଆ l


ପାପୀ ପାପକୁ ନିଏ

ମୁଣ୍ଡରେ ଧରି,

ଭକ୍ତର ଭକ୍ତିକୁ ନିଏ

ଗଣ୍ଠିଲି କରି l


ପାପୀ ତପୀ ସମସ୍ତଙ୍କୁ

କରେ ନିଜର,

ସର୍ବେ ନିଜର ତା'ର

କେହି ନୁହେଁ ପର l


ପର ଆପଣାର ନୁହେଁ କାଳିଆ

ସମସ୍ତଙ୍କୁ ରଖେ ଚକାଡୋଳିଆ l


ଚକା ଚକା ଆଖି ତୋର

ଜଗା କାଳିଆ,

ଭକ୍ତ ମନ ନେଉ କିଣି

ନୀଳାଚଳିଆ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics