Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kishore Nayak

Classics

3  

kishore Nayak

Classics

ଚକା ଆଖି

ଚକା ଆଖି

1 min
52



ଦେଲେ ତାକୁ ଦେଖି

ଆଖି ଯାଏ ଲାଖି 

ସରିଯାଏ ଜୀବନର ଅସରନ୍ତି ଦୁଃଖ 

ସେ ତ ଜଗତର ନାଥ 

କାଳିଆ ସାଆନ୍ତ

କୃଷ୍ଣ କେଶବ ହରି କଳାଶ୍ରୀ ମୁଖ ll

କୋଟି ଜନମର 

କଳୁଷ ପାପର 

ନିମିଷକେ ଏ ଜୀବନୁ ହୋଇଯାଏ ଶେଷ 

ମୁକତି ପସରା 

ଆଶାର ଆଶରା 

ଭରିଯାଏ ଅମୃତରେ କାଟି ପାପ ବିଷ ll

ଜନମର ସାକ୍ଷୀ ସେ ତ 

ସେ ମରଣର ସାକ୍ଷୀ 

ଶରଧାରେ ପ୍ରାଣ ଡାକେ ତାକୁ ଚକା ଆଖି 

ନାହିଁ ପାଦ ପାଣି 

ସେ ତ ଚକ୍ର ପାଣି 

ଶୂନ୍ୟ ପାଦେ ନିବେଦଇ ମଥା ମୋର ରଖି ll

ତା'ର ପଦ ପାତେ 

ଏ ଜୀବନ ସତେ 

ସକଳ କଳୁଷ କାଟି ହୋଇଯାଏ ଧନ୍ୟ 

ନୟନର କୋଣେ 

ଲୋତକ ପରାଣେ 

ଏ ଜୀବନେ ମିଳିଯାଏ କୋଟି କୋଟି ପୁଣ୍ୟ ll


Rate this content
Log in

Similar oriya poem from Classics