Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Tragedy Action

4  

Chikun Panda

Abstract Tragedy Action

ଚିଠି

ଚିଠି

1 min
264


ଚିଠି ଆସିଛି ଚିଠି,

ଡାକ ଛାଡ଼ିଲା ଡାକ ଭାଇ

ଡାକ ଶୁଣି ମୁଁ ଗଲି ଦଉଡ଼ି ।

ଦେଖିଲି, ବୋଉ ହାତ ଲେଖା ଚିଠି

ଚିଠିରେ ଗଲା ଆଖି ଲାଖି,

ଚିଠିରେ ଲେଖା ଥିଲା ଅନେକ ଅକୁହା କଥା

ଥିଲା ବୋଉର କୋହ ଭରା ବ୍ୟଥା,

ଚିଠି ପଢ଼ି

ମୁଁ ବହେ କାନ୍ଦିଲି

ନିଜ ଭାଗ୍ୟକୁ ନିଜେ ନିନ୍ଦିଲି ।

ଚିଠିରେ ଯାଏ ବୋଉ ମୁହଁ ଭାସି

ଦୂରେ ଥାଇ ଦିଏ ମମତା ଅଜାଡ଼ି ।

ଅଭାବ ଅନାଟନେ ଦିନ ଯାଏ କଟି

ଏଣୁ ଆସିଛି

ଦାଦନ ଖଟି ।

ଚିଠି ନୁହେଁ ସେ ମମତା ଡୋରି

ଦୂରରୁ ନିଏ ପାଖକୁ ଟାଣି ।

ଚିଠିରେ ଲେଖିଛି ମା' ମୋର

କେବେ ଫେରିବୁ ଧନ ମୋର ?

ତୋ ବିନା ପଡୁନି

ଆଖିରେ ପଲକ ମୋର,

ମୋ ପିନ୍ଧା ପଣତ କାନିରେ

ପୋଛୁ ଥିଲୁ ଦିନେ ମୁହଁ

ମନୁ ପାସୋରି ଦେଲୁ କି ସେ ଦିନ ।

ଏମିତି ଚିଠିରେ ଥିଲା 

ଅନେକ କଥା ।

ଚିଠି ନୁହେଁ ସେ ଟିକି ଚଢ଼େଇ

ମୋ ବୋଉ ପାଖରୁ ଆସିଛି ଉଡ଼ି ।


Rate this content
Log in

Similar oriya poem from Abstract