STORYMIRROR

Er Subhransu Kumar Behera

Fantasy

3  

Er Subhransu Kumar Behera

Fantasy

" ଚିଠି "

" ଚିଠି "

1 min
283

ମୋ ଚିଠି ଯାଇ ପହଞ୍ଚିଥିବ

ବୈଶାଖର ନିଦାଘ କାଳରେ ,

ଆତ୍ମାହୁତି କରୁଥିବେ ବୃକ୍ଷଲତା

ପଥର ପଥିକ ଯେ ବେଳରେ ,

ଚିଠି ମୋର ଭେଟୁଥିବ

କେତେ ସାଥୀ ଅଜଣା ବାଟରେ ,

ସବୁ ଚେହେରାକୁ ଭୁଲି ପହଞ୍ଚିବ

ପ୍ରିୟା ତୁମରି ପାଖରେ ,

ନିଦାଘର ଉଷ୍ମତାରେ

ଦରସିଝା ମୋ ଚିଠିକୁ

ତୁମ ଓଠର ଚୁମ୍ବନ ଦେବ

ଚୁମ୍ବନର ଆଦ୍ରତାରେ

ଭୁଲିଯିବ ସେ ତାତିକୁ ।


    

       


Rate this content
Log in

Similar oriya poem from Fantasy