STORYMIRROR

Nirupama Naik

Abstract

2  

Nirupama Naik

Abstract

ଚିଠି

ଚିଠି

1 min
3.1K

ହଜିଯାଇଛି ଆଜି ସେ

ଡାକ ଵାଲା ର ଡାକ ଶୁଭୁନି

ସେ ହାତ ଲେଖା ସ୍ନେହ ସମ୍ବାଦ

ତା ସ୍ମୃତି ମନ ରୁ ଲିଭୁନି

କାହିଁ ଦୁରୁ ଆସି ପହଂଚୁଥିଲା

ପ୍ରିୟ ଜଣ ଙ୍କ ଖବର ସାଥେ ଆଣି

ଏବେ ସ୍ମାର୍ଟଫୋନ ତା ଜାଗା ନେଇଛି

ଚିଠି ହୋଉଗଲା ପୁରୁଣା କାହାଣୀ

କେତେ ଭାବି ଚିନ୍ତି ଲେଖି ପଠାନ୍ତି

ନିଜ ହସ୍ତ ରେ ପପ୍ରୀତି ପତର

ପାଇ ତାକୁ ମନ ଉଲ୍ଲାସିତ ହେଉଥିଲା

ସତେ ଅପୂର୍ବ କେଉଁ ଅତର

ବେଳେ ବେଳେ ଖୋଜେ ଡାଏରି ଭିତରେ

ଲୁଚି ଥିବ କିଛି ଚିଠି

ମିଳୁନି ଆଉ ତା ର ଖୋଜ ଖବର

ହଜିଯାଇଛି ସେ କେଉଁଠି

ଲୁହ ର ଟୋପା ବ ଆଙ୍କି ହେଉଥିଲା

ସେ ଚିଠି ଫର୍ଦ୍ଦ ଭିତରେ

କିଛି ଶବ୍ଦ ତା ର ହସ ପୁଷ୍ପ ସାଜି

ଫୁଟି ଉଠୁଥିଲା ଓଠରେ

ଚିଠି ସାଜୁଥିଲା ମୁକ ସାକ୍ଷୀ ଦିନେ

ପ୍ରେମ ଏ ପ୍ରୀତି ସଂସାରେ

ଅସ୍ତ-ବ୍ୟସ୍ତ ଖାଲି ହେଉଥିଲା ମନ

ଚିଠି ପାଇବା ଆଶାରେ

ଚିଠି ଯେ ମନ କୁ ବୁଝାଉଥିଲେ

ନ ହେଲେ ପ୍ରିୟ ଙ୍କ ଦେଖା

କେଜାଣି କାହିଁକି ଆଜି ମନ ହୁଏ

କରନ୍ତି ଚିଠି ର ଅପେକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract