STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଚିଠି

ଚିଠି

1 min
323

ଯେତେ ଚିଠି

ଲେଖି ପଠେଇଛି

କେବେ ଫେରିନି

ସବୁର ଉତ୍ତର ମିଳିଛି

ସବୁର ଉତ୍ତର ଦେଇଛି

ଯେତେ ଚିଠି ମୁଁ ପାଇଛି


ଏବେ ସେ ସମୟ ନାହିଁ

ନା’ ଚିଠି ଲେଖୁଛି

ନା’ ଚିଠି ଆସୁଛି

ଯାହା ଫୋନରେ

ଦି’ପଦ ଭାବ ଦିଆ ନିଆ

ସେଥିରେ ନା’ ଅଛି

ଆନ୍ତରିକତା, ଆତ୍ମିୟତା

ଆବେଗ, ଭଲ ପାଇବା

ସ୍ନେହ, ଶ୍ରଦ୍ଧା, ମାନ୍ୟ

ପୂଜନୀୟ, ପୂଜ୍ୟ

ମାନନୀୟ, ସମାନନୀୟ

ଶ୍ରଦ୍ଧେୟ, ଇତି ତୁମର

ସ୍ଥାନ ଓ ତାରିଖ

ଯାହା ଚିଠିରେ

ଆବଦ୍ଧ ଥିଲା

ବାରବାର ପଢିପଢି

ଖୁସିରେ ଆତ୍ମହରା

କେବେ ଖୁସିରେ

ଲୁହ ଗଡ଼ାଇବାର

ସୁଯୋଗ ଜୁଟୁଥିଲା

ଏବେ ଯାହା

ନା’ ଭୁଲି ହେଉଛି

ନା’ ସୁଭୁଛି

ଖରା ବେଳେ

ଗାଁ ଦାଣ୍ଡରେ

ଡାକ ପିଅନର

ସାଇକେଲ ଘଣ୍ଟି

ନା’ ଚିଠି ନେବ ଚିଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract