STORYMIRROR

Dharitri Das

Tragedy

3  

Dharitri Das

Tragedy

ଚିଠି

ଚିଠି

1 min
173

ଚିଠି ନିଅ ଚିଠି ଚିଠି ନିଅ ଚିଠି

ଡାକ ଛାଡ଼ି ଥିଲା ସେ ଡାକବାଲାଟି।

ତାର ଡାକ ଶୁଣି ଧାଇଁ ଗଲି ମୁହିଁ

ଭାବିଥିଲି ଚିଠି ଥିବ ମୋର ପାଇଁ।

କାହିଁ କେତେଦିନୁ ରହିଥିଲି ଚାହିଁ

କାଳେ ଚିଠିଟିଏ ଆସିବ ମୋ ପାଇଁ।

ସେଥିପାଇଁ ଧାଇଁ ଥାଏ ଡାକ ଶୁଣି

ବାରବାର ନିରାଶ ହୁଅଇ ପୁଣି।

ତଥାପି ମନରେ ବାନ୍ଧିଅଛି ଆଶା

ନନ୍ଦ ନନ୍ଦନଙ୍କୁ କରିଛି ଭରସା।

ଜାଣେ ନାହିଁ କେବେ ପୂର୍ଣ୍ଣ ହେବ ତାହା

ଦୟା କରିବେ ମୋତେ ସେ ଚଉବାହା।

ଚିଠି କି ଖବର ପାଇବିକି ସତେ

କହିଦିଅ ବାରେ କାଳିଆ ସାଆନ୍ତେ।

କରୁଣାର ହାତ ବଢ଼ାଇ ଦେଲେତ

ହୁଅନ୍ତା ମୋହର ଅପେକ୍ଷାର ଅନ୍ତ।

ଚିଠି ଲେଖା ମୋତେ ଅଛି ସିନା ଜଣା

ଜଣାନାହିଁ ମାତ୍ର ମୋତେ ତା ଠିକଣା।

କହି ଦିଅ ପ୍ରଭୁ କରିବି ମୁଁ କିସ

ନିଶ୍ଚୟ ପାଳିବି ତୁମରି ଆଦେଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy