ଚିଠି ଯାହା ମନରେ ଆଲୋଡନ ଆଣେ -ରୀତା
ଚିଠି ଯାହା ମନରେ ଆଲୋଡନ ଆଣେ -ରୀତା
ମୋର ପ୍ରଥମ ଚିଠିରେ
ଅତର ମହକ ନଥିଲା
ଭାରି ସାଧା ସିଧା ଥିଲା।
ହେଲେ ପ୍ରତିଟି ଶବ୍ଦ ମନକୁ
ଭିନ୍ନ ପ୍ରେରଣା ରେ ଭରିଦେଉଥିଲl
ସମାଜ ଆଇନା ରେ ମୋର ପ୍ରକାଶ ପାଇଥିବା କବିତା
ବସନ୍ତ ଆସିଛି
ଏହାର ସଂଯୋଜନା ,ଉପସ୍ଥାପନ, ବିଷୟବସ୍ତୁ ଅତ୍ୟନ୍ତ ଉଚ୍ଚକୋଟୀର ଲାଗିଛି
ମୁଁ ଲେଖା ମାଧ୍ୟମରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ
ତାଙ୍କର ଥିଲା କାମନl
ଶ୍ରୀ ଓଁ ପ୍ରକାଶ ନାୟକ ବଲାଙ୍ଗୀର ର ବାସିନ୍ଦା ମୋର
ପ୍ରଥମ ପ୍ରଶଂସକ ପତ୍ର ପ୍ରେରକ ବଡ଼ ଭାଇ
ଆଜି ବି ସେ ମୋର ପ୍ରତି ସଫଳତା ରେ
ମତେ ଉତ୍ସାହିତ କରନ୍ତି।
ଜଗନ୍ନାଥ ତାଙ୍କୁ ସଦା ଆଶୀର୍ବାଦ ଦିଅନ୍ତୁ
ସେ ସବୁବେଳେ ଭଲରେ ଥାଅlନ୍ତୁ।
