STORYMIRROR

DHARITRI SAHU

Classics

4  

DHARITRI SAHU

Classics

ଚିଠି ରହିଛି ସ୍ମୃତିରେ

ଚିଠି ରହିଛି ସ୍ମୃତିରେ

1 min
342


ଚିଠି ହଜିଗଲା ମୋବାଇଲ ଭିତରେ

କେତେ ଖୋଜିଲେ ବି ଆଉ ମିଳୁନି,

ନୀଳ ଧଳା ଆଉ ହରିତ ରଙ୍ଗର 

ସେ ଅମୂଲ୍ୟ କାଗଜ ଜମା ଦିଶୁନି।


ଚିଠି ଆସୁଥିଲା ନଇ ପଠା ବଣୁ

ବଣ ମଲ୍ଲି ବାସ୍ନା ସାଥେ ନେଇ,

ଚିଠି ଆସୁଥିଲା ବର ଓହଳରୁ

ରଜ ଦୋଳି ଗୀତ ଗାଇ ଗାଇ।


ଚିଠି ଆସୁଥିଲା ସ୍କୁଲ୍ ଉପବନୁ

ନାଲି ନେଳି କେତେ ହସ ଧରି,

ଚିଠି ଆସୁଥିଲା ପହିଲି ବର୍ଷାର

ଭିଜା ଭିଜା ମାଟି ବାସ୍ନା ଭରି।


ପ୍ରଥମ ବସନ୍ତ ବିରହ ସଙ୍ଗୀତ

ଗାଇ ଆସୁଥିଲା ପ୍ରିୟା ପାଶେ,

ଚିଠି ଆସୁଥିଲା ଶୀତଳତା ନେଇ

ପ୍ରେମିକ ପ୍ରେମିକା ହୃଦ ଦେଶେ।


ଚିଠି ଆସୁଥିଲା ବାତ୍ସଲ୍ୟତା ନେଇ

ମମତା ରଙ୍କୁଣୀ ମାଆ ପାଶେ,

କୋଟି ନିଧି ସତେ ମିଳି ଯାଉଥିଲା

ଚିଠି ହୃଦେ ଯାକି ମାଆ ହସେ।


ଚିଠି ଟିଏ ଖୋଲି ପଢିଲା ପୂର୍ବରୁ

କେତେ ଶୀହରଣ ମନେ ଭରେ,

ନ ପଢି ବି ଚିଠି ଭାବନା ରାଜ୍ୟ ରେ

ମନ ହଜିଯାଏ ଓଠ ଥରେ।


ଅମୂଲ୍ୟ ପଦାର୍ଥ ସେ ନିଆରା ସ୍ମୃତି

ହଜିଗଲା ପଦେ ମେସେଜ ରେ

ମେସେଜରେ କାହିଁ ସେ ଆତ୍ମିୟତା

ଅଧୁରା ଅଧୁରା ମନ ଝୁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics