STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

ଚିତ୍ତ ଜେନା ସ୍ମୃତି

ଚିତ୍ତ ଜେନା ସ୍ମୃତି

1 min
13K


ମୋ ପ୍ରିୟା ଠାରୁ କେ ଅଧିକ ସୁନ୍ଦର

ଚିତ୍ତ ଭାଇ ସ୍ଵର କହେ

ମାଣିକ ଗୀତରେ ମନ କିଣିନେଲେ

ତାଙ୍କ ସମ କିଏ ଗାଏ


ଖୋଲା ହୃଦୟରେ କୋକିଳ କଣ୍ଠରେ

ଗାଉଥିଲେ କେତେ ଗାନ

ରୋଗ ଉପଶମ ହେଲା କି ବିଷମ

କାଳ କିବା ହେଲା ପାନ


କେତେ ଯତନରେ ଗାଉଥିଲ ଗୀତ

ଶୁଣିଦେଲେ ମନ ମୋହେ

ଖୋକାଭାଇ ପରେ ତୁମେ ହିଁ ତ ଥିଲ

ତୁମ ସରି ଆଉ କିଏ।


ତୁମ ମଧୁ ସ୍ଵର କଳ କଣ୍ଠେ ଡର

ରହିଯାଏ ଦଣ୍ଡେ ଚାହିଁ

ସତେକି କଣ୍ଠରେ ବିରାଜି ଅଛନ୍ତି

ବୀଣାଦେବୀ ବରଦେଇ

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy