STORYMIRROR

Amitav Sahu

Abstract

2  

Amitav Sahu

Abstract

ଚିତ୍ର

ଚିତ୍ର

1 min
151

ଏବେ ଏବେ ଆଙ୍କିଥିବା ଚିତ୍ରଟି

ଖୁବ୍ ସହଜ ଥିଲା


କାରଣ, ସେଥିରେ ନଥିଲା

କିଛି ସାମାଜିକତା, କିଛି ମାନବିକତା

କିଛି ବାସ୍ତବତା, କିଛି ସଂଯମତା

କିଛି ଦୃଢେ଼ାକ୍ତି

ଥିଲା କେବଳ

ଆଧୁନିକତାର ସିଡି ଉପରେ

ବିଞ୍ଚିହୋଇ ପଡ଼ିଥିବା

କିଛି ଅବାଞ୍ଛିତ ସ୍ବପ୍ନ

ଫୁଟି ଝଡିସାରିଥିବା ଫୁଲର ବାସ୍ନା

କିଛି ଖାମଖିଆଲି ଭାବର

ହାଲ୍କା ଫୁଲକା କଥା

ଯାହା ପବନରେ ମିଳେଇ ଯିବାର

ଖୁବ୍ ସମ୍ଭାବନା


ତେଣୁ ଚିତ୍ରଟିକୁ ଆଙ୍କିବା ସହଜ ହେଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract