ଚିତ୍ର ପ୍ରତିମା
ଚିତ୍ର ପ୍ରତିମା
ଅତି ସରାଗରେ
ଆଙ୍କିଥିଲି ଯେଉଁ
ଛବି ଆଖି ତରାଟି
ଚାହିଁ ରହିଛି ସେ
ମୋତେ ଆଜି
ଲାଗୁଛି ସେ ମନ
ଖୋଲି କହିଦେବ
ତାର ଅନ୍ତର ବେଦନା
ତା ଆଖି ପଲକେ
ଜାକି ରଖଛି ସେ ତା
ଲୋତକଭରା ଅଶ୍ରୁବୁନ୍ଦା
ମନେ ହୁଏ ହୃଦୟର
ନିବୃତ୍ତ କୋଠରୀରେ
ଲୁଚାଇ ରଖିଛି ସେ ତା
କଳ୍ପନାତୀତ ଅକୁହା ଭାଷା
ସତରେ ସେ ନୟନ
ଠାରରେ ଡାକୁଛି ମୋତେ
ଶୁଣି ଯାଅ ଥରେ ମୋ
ମରମ ବ୍ୟଥା
ନିସ୍ତବ୍ଧତାର ପରିଭାଷା
ଅନେକ ଅବୁଝା
ଅକୁହା କଥା
ସପ୍ତରଙ୍ଗେ ସତେ କି
ସେ ଦେଇଛି ହଜାଇ
ବସିଲେ ତା ପାର୍ଶ୍ୱେ
ଦେବ ସେ ଵୁଝାଇ
