STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଚିତ୍ର ପ୍ରତିମା

ଚିତ୍ର ପ୍ରତିମା

1 min
186


ଅତି ସରାଗରେ 

ଆଙ୍କିଥିଲି ଯେଉଁ

ଛବି ଆଖି ତରାଟି

ଚାହିଁ ରହିଛି ସେ

ମୋତେ ଆଜି

ଲାଗୁଛି ସେ ମନ

ଖୋଲି କହିଦେବ

ତାର ଅନ୍ତର ବେଦନା

ତା ଆଖି ପଲକେ

ଜାକି ରଖଛି ସେ ତା 

ଲୋତକଭରା ଅଶ୍ରୁବୁନ୍ଦା

ମନେ ହୁଏ ହୃଦୟର

ନିବୃତ୍ତ କୋଠରୀରେ

ଲୁଚାଇ ରଖିଛି ସେ ତା

କଳ୍ପନାତୀତ ଅକୁହା ଭାଷା

ସତରେ ସେ ନୟନ

ଠାରରେ ଡାକୁଛି ମୋତେ

ଶୁଣି ଯାଅ ଥରେ ମୋ

  ମରମ ବ୍ୟଥା

ନିସ୍ତବ୍ଧତାର ପରିଭାଷା

ଅନେକ ଅବୁଝା

  ଅକୁହା କଥା

ସପ୍ତରଙ୍ଗେ ସତେ କି

ସେ ଦେଇଛି ହଜାଇ 

ବସିଲେ ତା ପାର୍ଶ୍ୱେ

ଦେବ ସେ ଵୁଝାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational