Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଚିତ୍ର ଚରିତ - 90 :କବିତା : ପ୍ରକୃତିର ନୀତି : -ଡକ୍ଟର କୃତ୍ତିବାସ ନାୟକ

ଚିତ୍ର ଚରିତ - 90 :କବିତା : ପ୍ରକୃତିର ନୀତି : -ଡକ୍ଟର କୃତ୍ତିବାସ ନାୟକ

1 min
179


ଆମରି ଭିତରେ ରହିଛି ଆଲୋକ ରହିଛି ସକଳ ଶକ୍ତି,

ବାହାରେ ଖୋଜିବା ମୋତେ ଲୋଡ଼ାନାହିଁ ପୂଜାପାଠ କିବା ଭକ୍ତି |


ହାରିବି କାହିକି ପାରିବି ମୁଁ ସବୁ ମନରେ ରଖିଛି ଯିଏ,

ସକଳ ଅସାଧ୍ୟ ସାଧ୍ୟକରି ପୁଣି ସଫଳତା ପାଏ ସିଏ |


ଈଶ୍ଵର ବିଶ୍ଵାସ ମନକୁ ନିଶ୍ଚୟ ଦୃଢକରି ଦେଉଥାଇ,

ମନୋବଳ ଆଉ ଆତ୍ମ -ବିଶ୍ୱାସକୁ ଦୁର୍ବଳ କରିବା ନାହିଁ |


କେବେ ଗାଡ଼ିଯାଏ ଡଙ୍ଗାପରେ ବସି ଗାଡ଼ିରେ ବି ଡଙ୍ଗାଯାଏ,

କେବେ ଚଢେଇଟି ପୋକଖାଏ ପୁଣି କେବେ ତାକୁ ପୋକଖାଏ |


ଗରିବ ଲୋକ ବି ଧନୀ ହୋଇପାରେ ଭିକମଗା ହୁଏ ଧନୀ,

କେବେ କେବେ ପୁଣି ମୂର୍ଖଲୋକ ପାଶେ ହାର ମାନିଯାଏ ଜ୍ଞାନୀ |


ବଳବାନ ସିନା ଲଢେଇ କରିଲେ ଜିତିଯାଏ ଦୁର୍ବଳକୁ,

ସମୟ ସୁଯୋଗ ଓଲଟାଇ ଦିଏ ପ୍ରକୃତିର ନୀତି ଏହି |



Rate this content
Log in

Similar oriya poem from Inspirational