STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଚିତ୍ର ଚରିତ - 89 :କବିତା : ବେଳ କାହିଁ ?

ଚିତ୍ର ଚରିତ - 89 :କବିତା : ବେଳ କାହିଁ ?

1 min
203

ଅଜା କହୁଛନ୍ତି ନାତି-ନାତୁଣୀଙ୍କୁ ମୋ ପାଖରେ ଟିକେ ବସ,

ଆଈ କହୁଛନ୍ତି ଆସ ମୋର ଧନ ଦେଖୁଥିବି ତୁମହସ |


ବାପା କହୁଛନ୍ତି ପୁଅ ରେ ! ଟିକିଏ ମୋ କଥା ଶୁଣିକି ଯିବୁ,

ମାଆ କହୁଛନ୍ତି ସବୁଦିନ ପାଇଁ ମୋ ଆଗରେ ରହିଥିବୁ |


ଭାଇ କହୁଛନ୍ତି ପାଶେଥିଲେ ତୁହି ସହଜ ହୋଇବ କାମ,

ଭଉଣୀ କହୁଛି ତୁମେ ମୋର ବଳ ଦେଖିବାକୁ ହୁଏ ମନ |


ଝିଅ କହେ ବାପା ଦେଖିଦିଅ ମୋର ଯେତେ ସବୁ ପାଠପଢ଼ା,

ପୁଅ କହେ ତମେ ସବୁ କାମରେ ମୋ ପାଖେ ହେଇଥିବ ଛିଡ଼ା |


ନାତି କହେ ଅଜା ମୋ ସାଥିରେ ଖେଳ ମୋ କଥାକୁ ଖାଲି ଶୁଣ,

ନାତୁଣୀ କହୁଛି ମୋ ସହିତ ଗପ, ଖୁସିରେ କଟିବ ଦିନ |


କୁନିଛୁଆ ଚାହେ ମୋ ପାଖାରେ ମାଆ ସବୁବେଳେ ରହିଥାଉ,

ବିଲେଇ କୁକୁର ଗାଈ ବି ଚାହାନ୍ତି ମୋତେ ଗେଲକର ଆଉ |


ସଭିଏଁ ବିକଳ ଶରଧା ପାଇଁ ତ କାହାପାଶେ ବେଳକାହିଁ ?

ନିଜ କାମରେ ହିଁ ଲାଗି ରହିଥାଉଁ କାହାପାଇଁ ବେଳ ନାହିଁ |



Rate this content
Log in

Similar oriya poem from Inspirational