ଚିତ୍ର ଚରିତ - 76 : କବିତା: କାହା ପାଖରେ ସମୟ ନାହିଁ
ଚିତ୍ର ଚରିତ - 76 : କବିତା: କାହା ପାଖରେ ସମୟ ନାହିଁ
ଏବେ ତ ସମସ୍ତେ କହନ୍ତି-ମୋ ପାଶେ ସମୟ ଟିକିଏ ନାହିଁ,
ଧାଇଁଛନ୍ତି ସବୁ ଯେ ଯାହା ମାର୍ଗରେ ଆଗ-ପଛକୁ ନ ଚାହିଁ |
ସମୟ ସହିତ ତାଳଦେଇ କେତେ ଗାଡ଼ିଚକ ଯାଏଗଡ଼ି,
ମଣିଷର ମନ ଗତି କେ ମାପିବ ଶୂନ୍ୟେଶୂନ୍ୟେ ଯାଏଉଡ଼ି |
କିଏ ଧନପାଇଁ କିଏ ପ୍ରେମପାଇଁ କିଏ ପୁଣି ଯଶପାଇଁ,
ଅଯଥା ସମୟ କିଏ କେତେ ସାରେ ହିସାବ ତାହାର ନାହିଁ |
ସମୟକୁ ଯିଏ କାମରେ ଲଗାଏ ସିଏ ସିନା ପାରେଜିତି,
ଚାହୁଁଚାହୁଁ ଆମ ଜୀବନ କାଳର ଅଧା ଚାଲିଯାଏ ବିତି |
ସମସ୍ତଙ୍କ ପାଇଁ ସମୟ ସମାନ ଦିନକ ଚବିଶ ଘଣ୍ଟା,
କେଉଁକାମ କେବେ କରିବା ସେପାଇଁ କରିଦେବା ଭାଗବଣ୍ଟା |
ପ୍ରତ୍ୟେକ ମୁହୂର୍ତ୍ତ ବଡ଼ ମୂଲ୍ୟବାନ ଯିଏ ବୁଝେ ତା'ର ମୂଲ,
ତା'ପାଖରେ ଥାଏ ଅନେକ ସମୟ ଓଜନ ତା' ପାଇଁ ଫୁଲ |
