STORYMIRROR

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଚିତ୍ର ଚରିତ - 60 କବିତା: ଦଶରୁ ଏକ

ଚିତ୍ର ଚରିତ - 60 କବିତା: ଦଶରୁ ଏକ

1 min
246


ହାତରେ ଆମ ଦଶ ଆଙ୍ଗୁଳି ପାଦରେ ପୁଣି ଦଶ,

ଅଧିକ କାମ କର କହୁଛି ମିଳିବ ନିଶ୍ଚେ ଯଶ |


ନଅଟି ଦ୍ୱାର ଖୋଲା ଦେହରେ ବାହାରି ଯାଏ ମଳ,

ଚମ ବେଢିଛି ଲୋମ କୂପରୁ ବାହାରିବାକୁ ଝାଳ |


ଛଅଟି ଶତ୍ରୁ ଲୁଚି ଅଛନ୍ତି ଆମରି ଶରୀରରେ,

ଏକା ବିବେକ ଲଢେଇ କରି ଜିତୁଛି କେବେ ହାରେ |


ଦୁଇଟି ଆଖି ଆମର ଅଛି ଦୁଇଟି ପୁଣି କାନ,

ଦେଖିବା ବେଶି ଶୁଣିବା ବେଶି ଲଗାଇ ମନ-ଧ୍ୟାନ |


ଗୋଟିଏ ପାଟି ଅଛି ଆମର କହିବା ପାଇଁ କଥା,

ଅଳପ ଆଉ ମଧୁର ଭାଷା ଲଗାଏ ନାହିଁ ବ୍ୟଥା |


ରାଗଟି ହେଲା ପ୍ରଥମ ଶତ୍ରୁ ଲୋଭଟି ତା'ର ଭାଇ,

ମଣିଷ ମରେ ମାୟା ମୋହରେ ଈର୍ଷାରେ ବୁଡ଼ିରହି |


Rate this content
Log in

Similar oriya poem from Inspirational