ଚିତ୍ର ଚରିତ- 22 : କବିତା: ବ୍ୟକ୍ତିଗତ କଥା
ଚିତ୍ର ଚରିତ- 22 : କବିତା: ବ୍ୟକ୍ତିଗତ କଥା


ଜୀବନଟା ମୋର ସଫଳ ହେଇଛି କେବେ ସିନା କହିନାହିଁ,
ଯାଇଛି ମୁଁ କେତେ ଦେଇଛି ମୁଁ କେତେ ସେ କଥା ଜାଣିଛି ମୁହିଁ |
କେତେ ପ୍ରତିକୂଳେ ଆଗକୁ ଆସିଛି ପାଇକେତେ ସହଯୋଗ,
କେତେ ଅନୁକୂଳ ହେଇଛି ଜୀବନ କରିଛି ମୁଁ ଉପଭୋଗ |
କେତେ ଲେଖିଛି ମୁଁ ମନକଥା ପୁଣି ପ୍ରକାଶ କରି ପୁସ୍ତକ,
ପୁସ୍ତକ ପାଇଁ ମୁଁ ଯାତନା ସହିଛି ପତେଇ ଦେଇ ମସ୍ତକ |
କେତେ ପୁରସ୍କାର ପ୍ରଶଂସା ସମ୍ମାନ ମିଳେ ସିନା ବଳେବଳେ,
ଏ'ସବୁ ଆସିଛି ଶ୍ରଦ୍ଧା ନିଷ୍ଠା ଶ୍ରମ ଭାଗ୍ୟର ଅନୁକୂଳେ |
ମୋଠାରୁ ଅଧିକ ଶ୍ରମ ନିଷ୍ଠା ସତ୍ୱେ ଅଗ୍ରଜ ଅଛନ୍ତି ଚାହିଁ,
ଅଳ୍ପଜ୍ଞାନ-ବୁଦ୍ଧି ଶିକ୍ଷାରେ ଦୀକ୍ଷାରେ ଆଗେଇ ଆସିଛି ମୁହିଁ |
ଆଉ କିଛି ପ୍ରାପ୍ତି ଆଶା ନାହିଁ ମୋର ନାହିଁ କିଛି ମନସ୍ତାପ,
ଯେତିକି ପାଇଛି ଯଥେଷ୍ଟ ଅଧିକ ଯାହା ହୁଏ ମୋର ପ୍ରାପ୍ୟ |