STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଚିତ୍ର ଚରିତ-15 : ବାପା-ମାଆ -ଡକ୍ଟର କୃତ୍ତିବାସ ନାୟକ

ଚିତ୍ର ଚରିତ-15 : ବାପା-ମାଆ -ଡକ୍ଟର କୃତ୍ତିବାସ ନାୟକ

1 min
235


ମାଆ ଦେଖାଇଲେ ନୂଆ ଦୁନିଆକୁ ବାପା ଦେଖାଇଲେ ଆଲୋକ,

ମାଆ ଭରିଦେଲେ ମୋ ଦେହରେ ପ୍ରାଣ ବାପା ଭରିଦେଲେ ପୁଲକ |

ମାଆ ଶିଖାଇଲେ ବାପା ଡାକ ମୋତେ ମୁଖେଦେଇ ମିଠା ଚୁମ୍ବନ,

ବାପା ଶିଖାଇଲେ ମାଆ ଡାକ ପୁଣି ଦେଖାଇଲେ ବିଶ୍ଵ-ଭୁବନ |


ପଡ଼ିଯିବି କାଳେ ଡରେ ସିନା ମାଆ ବାପା ଦେଉଥା'ନ୍ତି ସାହସ,

ଦେହ ଖରାପରେ ମାଆଙ୍କ ଅନିଦ୍ରା ବାପାଙ୍କର ମନ ଉଦାସ |

ମାଆ ଦେହ ବାସେ ତୁଳସୀ ତୁଳସୀ ବାପାଙ୍କର ଦେହ ଚନ୍ଦନ,

ମାଆପାଇଁ ମୁହିଁ ସବୁଦିନ ଶିଶୁ ବାପାଙ୍କର କୁଳନନ୍ଦନ |


ମାଆ ମାଡ଼ ମୋତେ କାଟେନାହିଁ ମୋଟେ, ବାପା ମାଡ଼ କଡ଼ା ଶାସନ,

ମାଆଙ୍କର ଗାଳି ସତେ ଦାଣ୍ଡଧୂଳି ବାପା ଗାଳି ଉଡ଼ା ପବନ |



Rate this content
Log in

Similar oriya poem from Inspirational