STORYMIRROR

BULU BEHERA

Abstract Inspirational

3  

BULU BEHERA

Abstract Inspirational

ଚିରନ୍ତନ ସତ୍ୟ

ଚିରନ୍ତନ ସତ୍ୟ

1 min
184


ଏ  ମଲାଗଲା  ସଂସାରରେ


ମୋହମାୟା  ବନ୍ଧନରେ


ନିଜର  ଘର ଦ୍ୱାର


ଜମିବାଡ଼ି, ସମ୍ପତ୍ତି  ସବୁ  ମିଛ,


ନିଜର  ପିତାମାତା, ଭାଉ ଭଉଣୀ


ସନ୍ତାନ, ସନ୍ତତି   ସବୁ  ମିଛ,


ନିଜର  ଯେତେ ବନ୍ଧୁ ବାନ୍ଧବ


ଆତ୍ମୀୟ  ସହୋଦର


ଯେତେ ସବୁ  ଅଛନ୍ତି


ସବୁ  ସପନ  ଦେଖିଲା  ପରି  ଲାଗେ l


କେତେ କେତେ ରଥୀ 


କେତେ କେତେ ମହାରଥୀ ସବୁ


ଧୂଳିରେ  ଧୂଳିସାତ  ହୋଇଯାଇଛନ୍ତି


ସେମାନଙ୍କୁ କେହି ମଧ୍ୟ  ମନେ 


ରଖିନାହାନ୍ତି କି ରଖିବେ  ନାହିଁ


ଯେହେତୁ ସେମାନେ ପର ପାଇଁ


କିଛି ବି କରିନାହାନ୍ତି,


ତୁମେ ଯଦି  ବୀର  ସୈନିକ  ସାଜି


ଦେଶ ମାତୃକା  ପାଇଁ ଜୀବନ  ଦିଅ


କିମ୍ବା ବିଶିଷ୍ଟ ଲେଖକ, କି  ଗାଳ୍ପିକ


ଉପନ୍ୟାସିକ , ନାଟ୍ୟକାର  କିମ୍ବା


ବୈଜ୍ଞାନିକ ହୁଅ ବା ସମାଜ ସେବୀ


ଏ ଦେଶ  ପାଇଁ, ଏ ଜାତି ପାଇଁ


ଏ ସମାଜ  ପାଇଁ  ପରୋପକାରୀ ସାଜି


ଅନ୍ୟ ପାଇଁ ଯଦି  କିଛି  କରିଛ


ତାହାହେଲେ ତୁମେ ମଲା ପରେ


ଯୁଗ ଯୁଗ  ପାଇଁ   ତୁମର ନାମ 


ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ


ଚିରଦିନ  ପାଇଁ  ରହିବ l


ଏ କଥା  ସୂର୍ଯ୍ୟ ଚନ୍ଦ୍ର ଥିବା  ଯାଏଁ 


ଚିରନ୍ତନ  ସତ୍ୟ  l


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract