STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ଚିରନ୍ତନ ସତ୍ୟ

ଚିରନ୍ତନ ସତ୍ୟ

1 min
165

ଏଇ ଅଛି ଏଇ ନାହିଁର ଜୀବନ

କେବେ ଛକି କେବେ ସୁନ

ଜୀବନ ଆରମ୍ଭ କରୁ କରୁ ଏଠି

ଦେଖିବାକୁ ହୁଏ ମିଛ ସ୍ଵପ୍ନ


ଛୋଟ ଦୀପଟିରେ ଅନେକ ଆଲୋକ

ଅନ୍ଧାର କୁ କରେ ଦୂର

ଏ ମନିଷ ଏମିତି ଜିନିଷ

ବିଶ୍ବାସରେ ତାଙ୍କ ଖେଳ


ଦୀପ ଏମିତି ନିଜେ ଜଳି

ଅନ୍ୟ କୁ ଆଲୋକ ଦିଏ

ସ୍ଵାର୍ଥ ରଖି ଏଠି ଜୀବନ ନିଅନ୍ତି

ଏଠି କେହିତ କାହାରି ନୁହେଁ


ସମୟର ପଶାପାଲିରେ କିଏ 

ଆସେ କିଏ ଯାଏ

ସବୁକୁ ଆଦରି ନେଇ ବଞ୍ଚିବାକୁ 

ଜୀବନ ତ କୁହଯାଏ


ଜନ୍ମ ଆଉ ମୃତୁ ଚିରନ୍ତନ ସତ୍ୟ  

ସମସ୍ତଙ୍କୁ ଦିନେ ଦୁନିଆ 

ଛାଡ଼ିବା କୁ ହୁଏ ବନ୍ଧୁ 

କାହା ପାଇଁ କେହି ନରୁହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract