STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ଚିରଇପ୍ସିତ ଇନ୍ଦୁ .....

ଚିରଇପ୍ସିତ ଇନ୍ଦୁ .....

1 min
205

ମୋ ପାହାନ୍ତା ପ୍ରହର 

         ସପନର ତୁମେ

               ସଦ୍ୟ ସ୍ନାତା ଷୋଡଶୀ ବାଳା


ମୋ ପୂର୍ବାହ୍ନର 

        ଅମୀୟ ରାଗର

                 ତୁମେ ବିଂଶ ବୟସୀ ଜ୍ୱାଳା


ମୋ ମଧ୍ୟାହ୍ନ ବେଳାର 

         କାମନା ନିଆଁରେ

                ତୁମେ ପରିଣୀତା ରତିଦେବୀ


ଅପରାହ୍ନର 

       କୋମଳ ପ୍ରକାଶେ

                 ତୁମେ ବାସ୍ନାମୟ ପୁଷ୍ପବେଦି


ଏବେ ମୋ 

       ଗୋଧଳି ଲଗ୍ନର

                 ତୁମେ ଉତ୍ତୀର୍ଣ୍ଣା ରୂପସୀ ବଧୂ


ମୋ ସପନର 

         ବଉଦ ଧାରରେ 

                  ତୁମେ ଝଲସୁଛ


ତୁମେ ମୋର 

         ସେଇ 

              ଚିରଇପ୍ସିତ ଇନ୍ଦୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract