STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ଚିରହରିତ ଛାୟାତରୁ

ଚିରହରିତ ଛାୟାତରୁ

1 min
237

ଚିରହରିତ ଛାୟାତରୁ ହେଲେ ପ୍ରକୃତିର ସୁନ୍ଦର ସୃଜନ

ତାଙ୍କର ଉପସ୍ଥିତି ପୃଥିବୀ ହେତୁ ପ୍ରୟୋଜନୀୟ ଗଠନ

ପ୍ରାଣବାୟୁ ଅବଦାନ କରି ସୃଷ୍ଟି କରନ୍ତି ନବତନ ଜନନ

ତାଙ୍କ ଛାଇଛାଇରୁ ସର୍ଜନା ହୁଏ ମୃଦୁମନ୍ଦ ଶୀତଳ ପବନ


ନିତ୍ୟେ କରନ୍ତି ଖଟା ମିଠା ଫଳର ବରଦାନ

ପକ୍ଷୀଙ୍କର ବସା ଲାଗି ଶାଖା କରନ୍ତି ଅନୁଦାନ

ଉପତ୍ୟକାକୁ କରନ୍ତି ସବୁଜ ସୌନ୍ଦର୍ଯ୍ୟ ପ୍ରଦାନ

ଯାବଜ୍ଜୀବନ କରନ୍ତି ବିଭିନ୍ନ ରୂପରେ ବଳିଦାନ


ବୃକ୍ଷ ଚେର କରନ୍ତି ମୃତ୍ତିକା ଅବକ୍ଷୟରୁ ରକ୍ଷଣ

ମଣିଷ ପାଉଛି ବଣ ବିଧ୍ୱଂସରେ ଅସୀମ ଶିକ୍ଷଣ

ଧରିତ୍ରୀ ସହନଶକ୍ତିର ନେଇ ହେବନି ପରୀକ୍ଷଣ

ଅନିବାର୍ଯ୍ୟ ଯେ ସନ୍ତସନ୍ତିଆ କଳ୍ପବୃକ୍ଷର ସଂରକ୍ଷଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract