STORYMIRROR

Kailash Chandra Sahani

Abstract

2  

Kailash Chandra Sahani

Abstract

!! ଚିରା କାଗଜ. !!

!! ଚିରା କାଗଜ. !!

1 min
3K

ଚିରା କାଗଜର ଟୁକୁଡା ଟିଏ ମୁଁ

ଉଡି ଯାଏ ପବନରେ ,

ନିଜ ଅସହାୟ କିପରି କହିବି

ଚକ୍ରବାତେ ନିତି ଘୂରେ

ମିଛ ଅହମିକା ସରେ

ମାଟିରୁ ଆକାଶ ଆକାଶରୁ ମାଟି

ଦଇବ ଦାଉରେ ମରେ


କେଉଁ ଚଟିଖାତା ଅଲେଖା କାଗଜେ

ଲେଖିଲା କିଏ ସେ ନାଆଁ,

କିଏ ଆଙ୍କିଦେଲା ପ୍ରେମ ପାନ ଚିତ୍ର

ଶରାଘାତେ ମଲି ଛାଆଁ

କଳଙ୍କର କାଳି ଝରେ

ଚିରା କାଗଜ ମୁଁ ମୂଲ କେ ବୁଝିବ

ମୋ ଲୁହେ ମୁଁ ନିତି ସରେ

          ଚିରା କାଗଜର


କେତେ ଯେ କବିତା ଲେଖା ମୋ ଛାତିରେ

କେତେ ରଙ୍ଗେ ଇନ୍ଦ୍ରଧନୁ ,

କା ଓଠ ଲାଳିମା ଜଡାଇଛି ଦେହେ

ଲିଭି ନାହିଁ ଆଜି ମନୁ

କା ହାତ ତୂଳୀର ଗାରେ

ଲାଜବତୀ ଲାଜକୁଳୀ ଲତାଟିଏ

ମୋ ତନୁ ଜଡାଇ ଧରେ

          ଚିରା କାଗଜର


ଚିରା କାଗଜମୁଁ ପଉଷ ରାତିର

କାକର ଭିଜା ମୋ ଦେହ ,

ଏବେ ବି ସୁଖିନି ଏ ବେନି ଆଖିରୁ

ଅବାରିତ ଝରା ଲୁହ

ଗୋପନ ଚିଠି କେ ଚିରେ

ସେ ଚିରା କାଗଜ ମମତା ଅଠାରେ

ଯୋଡନ୍ତନି ଆସି ଥରେ

           ଚିରା କାଗଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract