STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଚିର ସୁନ୍ଦର ଯୁବା କୁମାର

ଚିର ସୁନ୍ଦର ଯୁବା କୁମାର

1 min
379

ଜୀବନର ଅୟଂ ଆରମ୍ଭରୁ ଶେଷ 

      ଏ ଶରୀରର ହେଉଥାଏ କ୍ରମ ବୃଦ୍ଧି ହ୍ରାସ, 

ମନ ଆତ୍ମା ତାର ଦୁଇ ସୂକ୍ଷ୍ମ ଅଂଶ 

    ସହାୟକ ହୁଏ କରିବାକୁ ପ୍ରତିଭାର ବିକାଶ। 


ଆସ୍ତିକ ନାସ୍ତିକ ଭାବନାର ସନ୍ତୁଳନରେ 

    ହେଉଥାଏ କ୍ରମାନ୍ଵୟରେ ଉତ୍ଥାନ କି ପତନ, 

ବୟସର ପାହାଚ ସବୁ କରି ଅତିକ୍ରମ 

   ପରିପୂର୍ଣ୍ଣ କରେ ତା' ହୃଦୟର ସାଇତା ସପନ।


ସେ ଯେତେ ଯାହା ପାଇଲେ ବି ସଫଳତା 

      ମନ ଭିତରେ ଅଙ୍କୁରିତ ହେଉଥାଏ ଆଶା, 

ନିଜ ଉଦ୍ୟମ ଅଧ୍ୟବସାୟ ଉପରେ 

          ରଖିଥାଏ ସଂପୂର୍ଣ୍ଣ ବିଶ୍ବାସ ଭରସା। 


ସମ୍ଭବ ହେଲେ ହୁଏ ସେ ତୃପ୍ତ ପାଏ ସନ୍ତୋଷ 

      ରହିଗଲେ ବାକି କରେ ଖାଲି ଅବଶୋଷ,

ପାର୍ଥିବ ଜଗତର ଯେତେ ଐଶ୍ଵର୍ଯ୍ୟ ବିଭବ 

             ଆସକ୍ତିରେ କରେ ତାକୁ ବଶ।


ଯେତେ ଯେତେ ହୁଏ ସେ ପରାଜିତ 

         କ୍ଷତବିକ୍ଷତ ହେଉଥାଏ ତାର ହୃଦୟ, 

ସଂସାର ଲାଗେ ତାକୁ ଶୂନ୍ୟ ଶୂନ୍ୟ

         ହୋଇ ପଡ଼େ ସେ ନିରାଶ ଅସହାୟ।


ମନରେ ଆସେ ବାରମ୍ବାର ସଂଶୟ 

        ଇନ୍ଦ୍ରିୟର କବଳରେ ପଡି ହୁଏ ବିବଶ, 

ଅଜ୍ଞାନତା ଗ୍ରାସ କରେ ତାର ବୁଦ୍ଧି ବିବେକ 

   ଲୋଭ ମୋହରେ ପଡି କରେ ନିଜର ବିନାଶ। 


ଏ ଶରୀର ଅଟଇ ସିନା ନଶ୍ଵର 

           ଆତ୍ମା ତାର ଅଜର ଅମର ଅକ୍ଷୟ, 

ଯୋଗ ସାଧନେ ଲଭି ପରିପକ୍ୱ ଆତ୍ମଜ୍ଞାନ

    ସବୁରି ମଧ୍ୟେ ଦେଖେ ଏକ ଆତ୍ମା ଯା ଚିନ୍ମୟ।


ଜଡ ପଦାର୍ଥରେ ନ ହୋଇ ସେ ଜଡିତ 

   ସାରା ପ୍ରକୃତି ଭିତରେ ଦେଖେ ଈଶ୍ବରଙ୍କ ସତ୍ତା,

ପାର୍ଥିବ କାମନାର ଆଶକ୍ତିକୁ କରି ନିୟନ୍ତ୍ରିତ 

        ହୁଏ ଜୀବନ୍ମୁକ୍ତ ରଖି ତାର ନିରାପତ୍ତା।


ମନ ତାର ଥାଏ ସଦା ପ୍ରଫୁଲ୍ଲ ନିର୍ମଳ ନିଷ୍ପାପ

       ଶରୀର ରହେ ସୁସ୍ଥ ସବଳ ତେଜଦୀପ୍ତ, 

ପ୍ରଶାନ୍ତ ବଦନ ସୌମ୍ୟକାନ୍ତ ରୂପ

    କର୍ମଯଜ୍ଞରେ କ୍ଳାନ୍ତି ବିଷାଦକୁ କରିଥାଏ ଲୁପ୍ତ।


ପ୍ରଭୁଙ୍କ ଶରଣେ ନିଜକୁ କରି ସମର୍ପଣ

    ସମୂହ କଲ୍ୟାଣରେ ମନ ରଖିଥାଏ ନିରନ୍ତର, 

ନଶ୍ଵର ଶରୀରକୁ ରଖି ଜାଗ୍ରତ ଚେତନ

    ଆତ୍ମା କହେ ସେ ଚିର ସୁନ୍ଦର ଯୁବା କୁମାର। 


Rate this content
Log in

Similar oriya poem from Abstract