Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

4.5  

Anita Dash

Abstract Inspirational Others

ଚିର ସ୍କରଣୀୟ ଉତ୍କଳ ଦିବସ

ଚିର ସ୍କରଣୀୟ ଉତ୍କଳ ଦିବସ

2 mins
24.3K


ଓଡିଆଙ୍କ ସ୍ୱାଭିମାନର ପ୍ରତୀକ

ଚିର ସ୍କରଣୀୟ ଦିନ,

ଉତ୍କଳ ଦିବସେ ଓଡିଶା ବାସୀଙ୍କୁ

ହାର୍ଦିକ ଅଭିନନ୍ଦନ । [୧]

ସାଲ ଉନବିଂଶ ଛତିଶ ଅପ୍ରେଲ

ମାସର ପହିଲା ଦିନ,

ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ଓଡିଶା

ପ୍ରଦେଶ ହେଲା ଗଠନ। [୨]

ଏହି ପୂଣ୍ୟତିଥି ପଛେ କେତେ

ଯୁଗ ପୁରୁଷଙ୍କ ଅବଦାନ,

ଜାତି ସ୍ୱାର୍ଥ ଜାତି ସ୍ୱାଭିମାନ ଲାଗି

ଦେଇଛନ୍ତି ବଳିଦାନ। [୩]

ପବିତ୍ର ଦିନରେ ଇଛା ଜାଗେ

ସ୍ମ୍ରୁତି କରିବାକୁ ରୋମନ୍ଥନ,

କୁଳବୃଦ୍ଧଗଣ ତ୍ୟାଗେ ପ୍ରତିଷ୍ଠିତ

ଓଡିଶାର ସ୍ୱାଭିମାନ । [୪]

ଉତ୍କଳ ଗୌରବ ମଧୁସୂଦନଙ୍କ

ଗୌରବମୟ ଗାଥା,

ଅଗ୍ରଗଣ୍ୟ ଯୋଗଜନ୍ମାଙ୍କ ସମ୍ମାନେ

ନଇଁ ଯାଏ ଆପେ ମଥା । [୫]

ଦୁର୍ଦ୍ଦିନ ରେ ସୁପ୍ତ ଓଡିଆଙ୍କୁ ଦେଇ

ନୂତନ ଦିଗ୍ଦର୍ଶନ,

ଆପ୍ରାଣ ଉଦ୍ୟମେ ସମ୍ବଲପୁରକୁ

ରାଜ୍ୟରେ କଲେ ମିଶ୍ରଣ । [୬]

ଉତ୍କଳ ର ମଣି ଉତ୍କର୍ଷ ମଣି

ଜାତି ପ୍ରାଣ ଗୋପବନ୍ଧୁ,

ଜାତି ସ୍ୱାର୍ଥ ପାଇଁ ପୁତ୍ର ପ୍ରାଣବଳି

ବିରଳ ସେ ତ୍ୟାଗ ସିନ୍ଧୁ। [୭]

ଅନ୍ୟତମ ଯୋଗ୍ୟ ସନ୍ତାନ

ଗୌରୀଶଙ୍କର କର୍ମବୀର,

ଓଡିଆ ଦୁର୍ଦ୍ଦଶା ଦୂର ପାଇଁ

କଲେ 'ଉତ୍କଳ ସଭା ଅଙ୍କୁର। [୮]

ପାରଳା ନରେଶ ମହାମାନ୍ୟ

ବୀର କୃଷ୍ଣଚନ୍ଦ୍ର ଗଜପତି,

ବୈଠକେ ଫିରିଙ୍ଗି ଆଗେ ଦମ୍ଭେ

କଲେ ସ୍ୱତନ୍ତ୍ର ଓଡିଶା ଦାବି। [୯]

ବ୍ୟାସକବି ଆମ ଫକୀର ମୋହନ

ଚେତନା ସାହିତ୍ୟ ସୃଜି,

ଶୋଷଣ ବିରୋଧୀ ନାରୀ ସ୍ୱାଧୀନତା

ଆନ୍ଦୋଳନ ଦେଲେ ତେଜି। [୧୦]

ଖଲିକୋଟ ନୃପ ହରିହର

ମର୍ଦ୍ଦରାଜ ଆଉ ରାମଚନ୍ଦ୍ର,

ଦକ୍ଷିଣ ଓଡିଶା ଓଡିଆ ମେଳିର

ସାଜିଥିଲେ କର୍ଣ୍ଣଧାର। [୧୧]

'ସମ୍ବାଦ ବାହିକା' ପତ୍ରିକା ଛାପି

ବାଗ୍ମୀ ବୈକୁଣ୍ଠ ନାଥ,

ବଙ୍ଗଳା ଭାଷାକୁ ଦୂରେଇ ସମୃଦ୍ଧ

କଲେ ଓଡିଆ ସାହିତ୍ୟ। [୧୨]

ରାଧାନାଥ ବ୍ରଜ ସୁନ୍ଦର ବିକ୍ରମ

ଲିଙ୍ଗରାଜ କୃପାସିନ୍ଧୁ,

ଗୋଦାବରୀଶଙ୍କ ସହ ନବକୃଷ୍ଣ

ମହତାବ ଜଗବନ୍ଧୁ। [୧୩]

ତୁଙ୍ଗ ମନିଷୀଙ୍କ ବଳିଷ୍ଠ ଉଦ୍ୟମେ

ରାଜ୍ୟ ହେଲା ସଂଗଠିତ,

ହୃତ ଗୌରବ ସ୍ମ୍ରୁତିର ଚାରଣ

ଭୂମିକା ଆଲୋକପାତ । [୧୪]

ପ୍ରାଣ ପ୍ରିୟ ଆମ ରାଜ୍ୟ ରହିଛି

ଆଜିବି ସ୍ୱତନ୍ତ୍ର ହୋଇ,

ପରିତାପ କଥା ପ୍ରଥମ ଶ୍ରେଣୀର

ରାଜ୍ୟ ତାଲିକାରେ ନାହିଁ। [୧୫]

ଆଜି ଏ ପବିତ୍ର ଉତ୍କଳ ଦିବସ

ଆତ୍ମ ସମୀକ୍ଷା ର ଦିନ,

ଦେଶର ସବୁଠୁ ଶ୍ରେଷ୍ଠ ରାଜ୍ୟ ଭାବେ

ଗଢିବାକୁ କର ପଣ। [୧୬]

କ୍ଷମତା କନ୍ଦଳ ଆଂଚଳିକ ମନୋଭାବ

ପରିହାର କରି,

ସାମଗ୍ରିକ ସର୍ବାଙ୍ଗୀନ ଉନ୍ନତିର

ସଂକଳ୍ପ ଏବେ କରି। [୧୭]

ଆଳସ୍ୟ ସ୍ୱାର୍ଥ ହୀନ ମନ୍ୟତା

ଗୋଡଟଣା ନୀତି ଛାଡି,

ମାତୃଭୂମି ମାତୃଭାଷା ଉନ୍ନତିର

କର୍ତ୍ତବ୍ୟ ରେ ଯିବା ମାଡି। [୧୮]


Rate this content
Log in

Similar oriya poem from Abstract