STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଚିନ୍ତାରେ ଅଥୟ ପ୍ରାଣ

ଚିନ୍ତାରେ ଅଥୟ ପ୍ରାଣ

1 min
270


କେଉଁ କର୍ମବଳୁ ଏପରି ଦୁର୍ଦ୍ଦଶା

  ବ୍ୟତୀତ ଚିନ୍ତାରେ ଦିନ,

ନିଦ୍ରା ନାହିଁ ରାତ୍ରେ ଚିନ୍ତା ଅନୁକ୍ଷଣ

  କର ପ୍ରଭୁ ସମାପନ।


ପର ମନ୍ଦ ଚିନ୍ତା କରିନି ଜୀବନେ

  ଘର ଭାଙ୍ଗି ନାହିଁ କାର,

ସତ୍ୟ ବାଟ ମୁହିଁ ଛାଡିନାହିଁ କେବେ

  ନାହିଁ ପରେ ହିଂସା ମୋର।


ଧରମ ପଥକୁ ଛାଡ଼ି ନାହିଁ ଦିନେ

  ପ୍ରଭୁ ଚରଣରେ ଭକ୍ତି,

ସମଭାବ ମନ୍ତ୍ର କରି ଜପମାଳି

  ଅନ୍ତରରେ ରାଷ୍ଟ୍ରଭକ୍ତି। 


ଗୁରୁଜନ ପ୍ରତି ନିରନ୍ତର ଭକ୍ତି

  ଅତିଥି ସେବାରେ ମନ,

ନ୍ୟାୟ ପକ୍ଷେ ଠିଆ ମୁହିଁ ହୋଇଅଛି

  ନାହିଁ ଅନ୍ୟାୟରେ ମନ।


ସମସ୍ୟା ବିଭିନ୍ନ ଦୁଖିତ କରୁଛି

  ଠିଆ ହୁଏ କର୍ମକ୍ଷେତ୍ରେ,

ଚିନ୍ତିତ କରୁଛି ଅଦୁର୍ଶ୍ୟ କାରଣ

  ଜୀବନର ଏହୁ ନେତ୍ରେ।


ଅତିହିଁ କଠିନ ପାରିହେବା ପାଇଁ

  ଗୃହସ୍ତାଶ୍ରମରେ ଏହୁ,

ଅଦୁର୍ଶ୍ୟ ଶତ୍ରୁହିଁ କାରଣ ଏହାର

  ଚିନ୍ତାର କାରଣ ଏହୁ।


ବ୍ରହ୍ମାଣ୍ଡ ଠାକୁର ପ୍ରଭୁ ନିରାକାର

  କର ନିବାରଣ ପ୍ରଭୁ,

ତାଣ୍ଡବ ଶତ୍ରୁର ଦମନ କରହେ

  ଚିନ୍ତା ମୁକ୍ତ କର ପ୍ରଭୁ।


ତହବିନୁ ନାହିଁ ଭରସା କାହାରେ

  ତୁହିହିଁ ସାହରା ମୋର,

ଗୁଞ୍ଜେ ହୃଦୟରେ ତହର ହିଁ ଭକ୍ତି

  ଦୟା କୃପାସିନ୍ଧୁ କର।


ଗୃହରେ ମଙ୍ଗଳ କର ମହାପ୍ରଭୁ

  ସବୁହେଉ ଶୁଭମୟ,

ଅଦୁର୍ଶ୍ୟ ଶତ୍ରୁର ଅଦୁର୍ଶ୍ୟ ତାଣ୍ଡବ

  ଦୂରକର ଦୟାମୟ।


ଜୀବନେ ଆରାଧ୍ୟ ବ୍ରହ୍ମାଣ୍ଡ ଠାକୁର

  ଦେଖୁଛୁ ଚକାନୟନେ,

ତବନେତ୍ର ବଡୁ ଚିନ୍ତାର ଏ ବିଘ୍ନ

  କର ଦୂର ନିରଞ୍ଜନେ।


ଦେହ ହିଁ ଦୁର୍ବଳ ବୃଦ୍ଧ ହିଁ ବୟସ

  ଚିନ୍ତା ଅହରହ ତହିଁ,

ଭୟଙ୍କର ହୁଏ ଚିନ୍ତାଟି ତହିଁରେ

  ବୁଦ୍ଧି ଏବେ ଦିଶୁ ନାହିଁ।


କୃପା ଦୃଷ୍ଟି ଦିଅ ଜଗତ ଠାକୁର

  କୃପା ପଡୁ କର୍ମପଥେ,

ମନୁଷ୍ୟ କର୍ତ୍ତବ୍ୟ ପୂରଣ ହେଉହେ

 ଦିଅ ଶକ୍ତି ଜ୍ଞାନ ପଥେ। 


ଏତିକି ମାଗୁଣି ବ୍ରହ୍ମାଣ୍ଡର କର୍ତ୍ତା

 ନାହିଁ ଅନ୍ୟେ ପ୍ରଯୋଜନ,

କର୍ତ୍ତବ୍ୟ ପୂରଣ କର ଜଗନ୍ନାଥ

  କର୍ତ୍ତବ୍ୟ ଅଟେ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy