STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଚିନ୍ତା ଓ ଚେତନା

ଚିନ୍ତା ଓ ଚେତନା

1 min
27


ମଣିଷ ଜୀବନ  ଦୁର୍ଲ୍ଲଭ ଜୀବନ

  ଲଭିଛି ଚିନ୍ତା ଓ ଚେତନା

ଚିନ୍ତା ଟାଣିନିଏ  ଚିତା ନିକଟକୁ

  ଚେତନା ହରଇ କାମନା


ଚିନ୍ତା ଭରିଦିଏ  ମନରେ ବାସନା

   କାମକ୍ରୋଧ ଆଉ ବାସନା

ଚେତନା ବଳରେ ଶାନ୍ତିପାଏ ମନ

   ହରିନିଏ ସବୁ ବେଦନା


ଚିନ୍ତା କହୁଥାଏ ସବୁ ମୋର ମୋର

   ଚିନ୍ତାରେ ମନଟା ଅସ୍ଥିର

ଚେତନା କହୁଛି ଏ ସବୁ ବେକାର

    ସର୍ବଶକ୍ତିମାନ ଈଶ୍ୱର


ଚେତନା ଦ୍ୱାରା ଚିନ୍ତା ଦୁର ହୁଏ

   ଦୁରହୁଏ ସବୁ ବେଦନା

ଚେତନା ବଳରେ ଶାନ୍ତିରେ ବଞ୍ଚିବ

   ଚିନ୍ତା ଛାଡି ଧର ଚେତନା


ଚିନ୍ତାର ଚିତାରେ ଦଗ୍ଧ ହୁଅ ନାହିଁ

   ଚେତନା ରେ ହୁଅ ପ୍ରଗତି

ଅସ୍ତିତ୍ୱ ବାଦର ଚେତନା ରେ ହଜି

   ସମାଜ କୁ କର ପ୍ରଗତି


ଆତ୍ମା ପରମାତ୍ମା ସମ୍ମିଳିତ କର

 ମହତର ହେଉ କାମନା

ସମର୍ପିତ ହେବା ବିଭୂପଦତଳେ

  ସତ୍ୟପଥେ ଥାଉ ବାସନା ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational