STORYMIRROR

Debabrata Mishra

Abstract

4  

Debabrata Mishra

Abstract

--ଚିନ୍ତା ଅସରନ୍ତି--

--ଚିନ୍ତା ଅସରନ୍ତି--

1 min
262


ଜନମ କାରଣ ନୁହଁଇ ମରଣ ଭାଗଶେଷ ବିନା ଚାଲିଛି ହରଣ

ଭାଗଫଳେ ମନ ବୁଝେନି ଜମା ଜିତିଲେ ବି ମନ ହସେନାହିଁ,


ସୁଖର ଶୁଖିଲା ମାଟିକୁ ଭିଜେଇ ଗଢିଛି ବିଧାତା ଜୀବନ୍ତ କଣ୍ଢେଇ

ଦୁଃଖ ଯଦି ଟିକେ ଆଖି ଭିଜାଏ ତୋର ଦେହେ କାହିଁ ଯାଏନାହିଁ,


ଚିନ୍ତାରେ ଧରିତ୍ରୀ ଚେତନାର ଶକ୍ତି ଚରିତ୍ର ଆଇନା ଧୂମମୟ

ଲୁଣ ଖାଏ ହାଣ୍ଡି କହେ ଜନ ସାଗର ରକ୍ଷକ ବୋଲି କିଏକହି,


ଶରୀର, ଆତ୍ମା ଓ ପରମାତ୍ମା କଥା ନିମିତ୍ତ କୁ କିଏ ବୁଝାଇବ

ପେଟ ଚିନ୍ତାରେ ଦିନରାତି ସରେ ନିଶ୍ୱାସ ପରେ ବି ଚିନ୍ତାଥାଇ,


ବ୍ୟାଟେରୀ କାଢିଲେ ବନ୍ଦ ହେବ ଘଣ୍ଟା କାନ୍ଥକୁ ଜାବୁଡ଼ି ଅଛିଧରି

ହାତଘଣ୍ଟା ଯେତେ ଶସ୍ତା ହେଲେ ବି ସମୟଠୁ ବଡ଼ କେହି ନାହିଁ,


ଭାବୁଛୁ କି ବାବୁ ମୁକ୍ତି ପାଇଯିବୁ ଚିନ୍ତା ପରିସୀମା ପରା ଅସରନ୍ତି

ଚେତା ବୁଡ଼ିଯାଏ ଚିତା ଜଳିଯାଏ ତଥାପି ଏ ଚିନ୍ତା ମରେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract