Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଚିନ୍ତ ଚିନ୍ତାମଣିଙ୍କି

ଚିନ୍ତ ଚିନ୍ତାମଣିଙ୍କି

1 min
7.1K



• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- --------------------


• ମଣିଷ ଜୀବନ ଉତ୍ଥାନ ପତନ ପଥ ଦେଇ ନିତି ଚାଲେ

• କାହାଭାଗ୍ୟ ଡୋରି କୁଆଡେ ଟାଣିବ ନୀୟତି ନିୟମ ବଳେ

• କେ ନୁହେଁ କାହାର ଲାଗନ୍ତି ନିଜର ଆଖି ‌ବୁଜିଦେଲେ ଶେଷ

• ଜଳଚକ୍ର ସମ ଜୀବନର‌ ଗତି ହେଉଥାଏ ଆତଯାତ ।।

• ଯା ପାଇଁ ଦଇବ ଲିହିଛି ଯେପରି ତାହାକି ହୋଇବ ଆନ

• ଉଚକର୍ମେ‌‌ ନର ରାଜଭୋଗ ଭୋଗେ ଅଭାଗା ମଣଇଁ ହୀନ

• ଯା ମନ ଯେମିତି ସେହିମତ୍ତ ସତୀ ସତ୍ୟ ପଥେ ମତ୍ତି ଢାଳେ

• ଦୁସ୍କୃତ ଦହନ ପାପେ ପାପୀ ମନ ବିଷୟା‌ ବିଷ ରେ ଜଳେ ।।

• ମୁଁ ଆଉ ମୋର ମୋର କହି କହି ଅସାର କଲୁ ଜୀବନ

• ଦୟା,ଧର୍ମ,ସତ୍ୟ ପଥ ଭୁଲିଗଲୁ ନଭଜିଲୁ ରାମ, ଶ୍ୟାମ

• ଆଉ କେତେକାଳ ଯାପିବୁ ଅନିତ୍ୟ ସଂସାରେ ଆରେ ବାଇଆ

• ନିତ୍ୟ ସନାତନ ଚେତା ପୁରୁଷ ଯେ ସେହି ହେବେ ସିନା ସାହା ।।

• ବେଳ ଥାଉ ଥାଉ ଗଣ୍ଠୁଲି ବସ୍ତାନି ବନ୍ଧାବନ୍ଧି କରିଥାଆ

• କେତେ ବେଳେ ଆସି ଅକସ୍ମାତେ ଅବା କାଳ ଡାକିଦେବ ଆ

• ସେତେବେଳେ କାହିଁ ବେଳ କି ମିଳିବ ପାଣି ଝରିଗଲେ ବନ୍ଧ

• ଉଆଁସ ରାତିରେ ଯେତେଖୋଜୁଥିଲେ ପାଇକି ପାରିବୁ ଚାନ୍ଦ ।।

• ବଡ଼ ବଳବାନ ସମୟ ସୁଯୋଗ ଅଛି ଏବେ ସଜହୁଅ

• ନିର୍ବାପ‌ ଦୀପରେ ତଇଳ‌ ଢାଳିଲେ କି ହେବରେ ଧନ କୁହ

• ଜନମ,ମରଣ ସତ୍ୟ ଚିରନ୍ତନ ତାର ସମୟ ଠିକଣା ନାହିଁ

• ଭବ ତରଙ୍ଗିଣୀ ପାର ହେବୁ ଯେବେ ଚିନ୍ତା ଚିନ୍ତାମଣି ତୁହି ।।




Rate this content
Log in

Similar oriya poem from Inspirational