STORYMIRROR

Barsha Swain

Classics

3  

Barsha Swain

Classics

ଚିଲିକାରେ ସନ୍ଧ୍ୟାଗମନ

ଚିଲିକାରେ ସନ୍ଧ୍ୟାଗମନ

1 min
216

କଳା କଳା ଜଳରାଶି 

କଳା ଅନ୍ଧାର ସମ ଦିଶି ,

ନଉକାର ବିହାରେ 

ଜଳୁଥିବା ମଶାଲର ନାଆଁରେ

ଝାସଦିଅନ୍ତି କୋଟି କୋଟି

କୀଟ ପତଙ୍ଗ ଆସି ।


ପଶ୍ଚିମ ଆକାଶେ ରକ୍ତିମାବର୍ଣ୍ଣ 

ଅସ୍ତଗାମୀ ସୂର୍ଯ୍ୟ ଯିବାପାଇଁ

ମନହୁଏ ତାର ଛନଛନ ,

ଇତି ମଧ୍ୟରେ ସନ୍ଧ୍ୟାରାଣୀ

କଜ୍ଜଳ ରଙ୍ଗର ଓଢଣୀ ଟାଣି

ଚିଲିକାର କୋଳାହଳ ପରିବେଶେ 

ରଚେ ଶାନ୍ତ ବାତାବରଣ ।



Rate this content
Log in

Similar oriya poem from Classics