STORYMIRROR

Manash ranjan Pattanayak

Classics

3  

Manash ranjan Pattanayak

Classics

ଚିଲିକାରେ ଦିନେ --------------

ଚିଲିକାରେ ଦିନେ --------------

1 min
438


ନୀଳଜଳରାଶି ଭାରି ମନୋରମ

ନୀଳଭରା ତାର ଅଟେ ଯଉବନ 


ଢେଉ ତାର ଦିଶେ ବହୁତ ସୁନ୍ଦର 

ଭାବକୁ କରୁନି ଯମାରୁ ମନ୍ଥର


ଚିଲିକାରାଣୀକୁ ଦେଖିଥିଲି ଥରେ 

ତାର ରୂପ ଦେଖି ମନ ଆଜି ସ୍ମରେ 


ପାଖରେ ଦେଖିଲେ ହେବରେ ଅସ୍ଥିର

ରୂପ ତାର ଅଟେ ଆଶାଠୁ ବିଭୋର


ପାଛୋଟି ଆଣିଛ ସରଗରୁ ନୀର

ଶୋଭା ବଢାଉଛି ତୁମ ଦେହେ ତୀର


ନୂଆ ବୋହୁସାଜି ସଦା ହସୁଥାଅ

ଅତିଥୀ ମାନଙ୍କୁ ଡାକିକରି ନିଅ


ଦେଖିଲି ମୁଁ ଦିନେ ତୁମକୁ ସପନେ

ଘାରିହୋଇଥିଲି ଯାଆନ୍ତି କି ଦିନେ


ହାତଠାରି ତୁମେ ଡାକିଲ ବକ୍ଷକୁ 

ମାଆ ଭଉଣୀଏ ଠେଲିଲେ ଯିବାକୁ


ମନରେ ଆମର ଆସିଥିଲା ଶଙ୍କା

କାଳୀଯାଈ ଦୂର କରିଲା ଆଶଙ୍କା 


ବକ୍ଷରେ ତୁମର ଭ୍ରମଣର ବେଳେ

ନୀଳ ଦେହ ଛୁଇଁ ହୋଇଯିବ କାଳେ


ଆକାଶ ତୁମକୁ ସ୍ପର୍ଶକରିଥାଇ

ତୁମର କାନୀରୁ ବିହଙ୍ଗ ଉଡଇ


ସୁନ୍ଦର ରୂପର ସୁନ୍ଦର ଚାହାଣୀ

ରଚିବାକୁ ମୁହିଁ ପାଉନି କାହାଣୀ


ତୁମପୃଷ୍ଠଦେଶେ ଘୁରିବାର ଭୟ

ମାଆ କାଳୀଯାଈ ହେଉ ତୁମ ଜୟ


କାକଳୀମାନଙ୍କ ଶୋଭାଦରଶନେ

ସତେକଣ ବୁଲୁଅଛି ମୁଁ ଗଗନେ


ନଳବଣ ଆଜି ଦିଶେ ଗଣ୍ଡଗୋଳ 

ଫିରିଙ୍ଗି ବିହଙ୍ଗ ହୋଇଛନ୍ତି ମାଳ


ସତେ ମଣିମୁକ୍ତା ବରଷଇ ଦେହେ

ଅତିଥୀ ମାନଙ୍କ ମନ ଯେହୁଁ ମୋହେ


ପଣତ ତାହାର ଭାରି ଝିଲିମିଲି 

ହସୁଥାଏ ପୁଣି ହୋଇ ଖିଲିଖିଲି


ଫେରିଯିବା ପାଇଁ ଇଛା ହେଉନାହିଁ 

ଦୂରେ କାଳୀଯାଈ ପାହାଡ ଦିଶଇ


ରୂପରାଇଜର ରୂପମତୀ ତୁମେ

ଦରଶନ ସାରି ଯାଉଅଛୁ ଆମେ


ଗୁହାରି ମୋହର ଶୁଣିଥିବ ମାଆ

ଚିଲିକାରାଣୀର ତୁମେ ହେବ ସାହା



Rate this content
Log in

Similar oriya poem from Classics