STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଚିଲିକା

ଚିଲିକା

1 min
137


କେ ବର୍ଣ୍ଣନା କରିବ ରୂପ ବୈଭବ

ଚିଲିକା ସୌନ୍ଦର୍ଯ୍ୟମୟୀ

ରେଳ ଭିତରୁ ଗୋପବନ୍ଧୁ ଦାସ

ଗଲେ ବିଭୋର ହୋଇ ।


ଚିଲିକା ଗୋ ତୁମ କୋଳରେ ମାମୁଁ ଭଣଜା

ପାହାଡ ଯାଇଛି ଶୋଇ

ମାଆ କାଳିଜାଇ ପ୍ରତ୍ୟକ୍ଷ ଠାକୁରାଣୀ

ନଳବଣ ଭିତରେ ରହି ।


ନାଉରିଆ ଭାଇ ଗୀତ ଗାଇ ଗାଇ

ନାଆ ନେଉଥାଏ ବାହି

ତଣ୍ଡା କୂଳ ତୋର କେଡେ଼ ମନୋହର

ରାଜହଂସ ମୁହାଣରେ ଥାଇ ।


ଭାଲେରି ପାହାଡ ଉହାଡୁ ସୂର୍ଯ୍ୟ ବୁଡିଯାଇ

କି ସୁନ୍ଦର ଆହା ଦିଶୁଥାଇ

ଗଣ୍ଡ ଦେଶେ ତୋର ନୀଳ ଜଳରାଶି 

ମଧ୍ୟରେ ଶାଙ୍କୁସ ଲାଙ୍ଗୁଡ ପିଟଇ ।


ଅସ୍ତାଚଳେ ରବି ବୁଡ଼ିଗଲାବେଳେ ପକ୍ଷୀ

ଡେଣାଝାଡି ଆକାଶେ ଉଡଇ

କି ମନୋରମ ଆହା ନୀଳାମ୍ବୁ ଚିଲିକା

ମାଆ କାଳିଜାଇ ସାହା ହୋଇ ଥାଇ ।


Rate this content
Log in

Similar oriya poem from Abstract