Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Thriller Others Children

3  

Arjuni charan Behera

Thriller Others Children

ଚିଲିକା

ଚିଲିକା

1 min
182


        

ଉତ୍କଳ ଭୁବନେ ଶୋଭାର ଭଣ୍ଡାର

     ଚିଲିକା ଦୀର୍ଘିକା ରାଣୀ l

ଗର୍ଭେ ବିରାଜନ୍ତି ଜଗତ ତାରିଣୀ

     କାଳିଜାଇ ଠାକୁରାଣୀ ll


କୂଳେ ବିରାଜନ୍ତି ନାରାୟଣୀ ପୁଣି

       ବାଣପୁରେ ଭଗବତୀ l

କାଳିଜାଇ ସ୍ମରି ଚିଲିକାରେ ତରୀ

     କୈବର୍ତ୍ତେ ବାହି ନିଅନ୍ତି ll


ତୀରେ ଅଛି ପୁଣି ଇତିହାସ ସାକ୍ଷୀ

       ଗ୍ରାମ ମାଣିକ ପାଟଣା l

ମହାପ୍ରଭୁ ଖାଇ ମାଣିକର ଦହି

     ଉଡ଼ାଇଲେ ଜୟ ବାନା ll


ଚଢ଼େଇ ହଗା ସେ ଗୁରୁବାଇ ଦ୍ବୀପ

    ଚାହିଁ ଚାହିଁ ଉଡ଼େ ଏରା l

ଗୁପ୍ତବାସ ଜଗା କାଳିଆ ରଚିଲେ

    ଇତିହାସେ ଅଛି ପରା ll


ଯବନ କଟାଳେ ମହାପ୍ରଭୁ କାଳେ

     ଚିଲିକା ଗରଭେ ରହି l

କାଙ୍କଣ ଶିଖରୀ ମଣୋହି କରିଲେ

     କାଙ୍କଣ ଫଳକୁ ଖାଇ ll


ଝିଅ କାଳିଜାଇ ଅମର କାହାଣୀ

   କାନ୍ଦଣା ଶୁଭେ ପାହାଡ଼େ l

ସାଥି ସଙ୍ଗାତକୁ ଛାଡ଼ି ସେ ଆସିଛି

  ଭାଲେରୀ ପାହାଡ଼ କଡ଼େ ll


ମାମୁଁ ଭଣଜାର କଣରୁ ଆସଇ

    ବୋହି ସୁଲୁ ସୁଲୁ ବାଆ l

ଚିଲିକା ଗରଭେ ବିହଙ୍ଗ କୁଜନ

     ଖେଳୁଛି ସହସ୍ର ନାଆ ll


ଜୟ ଜଗନ୍ନାଥ ଜଗତ ଜୀବନ

     ଉତ୍କଳରେ ବାସ କରି l

ସୁନ୍ଦର ଗଢ଼ିଛ ଉତ୍କଳ ଭୂମିକୁ

      ଜଗତ ସୁନ୍ଦର ହରି ll

       


Rate this content
Log in

Similar oriya poem from Thriller